Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମିତି ବି ଆସେ ମୃତ୍ୟୁ; ପବନରେ ଗଡିଗଲା ଟ୍ରେନ୍‌; ଚାଲିଗଲା ୬ ଶ୍ରମିକଙ୍କ ଜୀବନ

ଯାଜପୁର: ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣାର ଲୋମହର୍ଷଣକାରୀ ଦୃଶ୍ୟ ମନରୁ ଲିଭି ନଥିବା ବେଳେ ଆଉ ଏକ ହୃଦୟ ବିଦାରକ ଟ୍ରେନ୍‌ ଦୁର୍ଘଟଣା ଘଟିଛି ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ। ସୂଚନା ଅନୁଯାୟୀ ଏକ ଇଞ୍ଜିନ ବିହୀନ ମାଲବାହୀ ଟ୍ରେନ୍ ଚକା ତଳେ ଚାପି ହୋଇ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ଏବେ ତଦନ୍ତ ବି ଆରମ୍ଭ ହୋଇଛି। ତେବେ ବିନା ଇଞ୍ଜିନରେ କିପରି ଗଡିଲା ଟ୍ରେନ୍‌ ସେ ନେଇ ଚାଲିଛି ତଦନ୍ତ। ଖୋର୍ଦ୍ଧା ଡିଭିଜନାଲ ରେଲଓ୍ୱେ ମ୍ୟାନେଜର (ଡିଆରଏମ)ଙ୍କ ନେତୃତ୍ୱରେ ରେଳବାଇର ଏକ ଟିମ୍ ତଦନ୍ତ ଦାୟିତ୍ୱ ନେଇଛନ୍ତି।

ବୁଧବାର ଅପରାହ୍ନରେ ଘଟିଯାଇଛି ଏଭଳି ଏକ ଭୟାବହ ଦୁର୍ଘଟଣା। ଯାଜପୁର-କେନ୍ଦୁଝର ରୋଡ୍ ଷ୍ଟେସନ୍ ଆଖପାଖ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭୟଙ୍କର ଝଡ ତୋଫାନ ହୋଇଥିଲା। ଝଡବର୍ଷାରୁ ରକ୍ଷା ପାଇବା ପାଇଁ ୬ ଜଣ ଶ୍ରମିକ ଟ୍ରେନ୍‌ ତଳେ ଆଶ୍ରୟ ନେଇଥିଲେ। ଏହି ୬ ଜଣ ଶ୍ରମିକ ଜଣେ ଠିକାଦାରଙ୍କ ଦ୍ୱାରା ରେଳବାଇ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ସେମାନେ ବିନା ଇଞ୍ଜିନ୍ ଥିବା ଟ୍ରେନ୍ ତଳେ ଛିଡା ହୋଇଥିଲେ।

ଦୁର୍ଭାଗ୍ୟବଶତଃ, ଶ୍ରମିକମାନେ ଠିଆ ହୋଇଥିବା ବେଳେ ଗାଡିଟି ଅପ୍ରତ୍ୟାଶିତ ଭାବରେ ଗଡିବା ଆରମ୍ଭ କରିଥିଲା। ‌ତେବେ କୁହାଯାଉଛି ଯେ ଟ୍ରେନ୍‌ଟି ଉତ୍ତର-ପଶ୍ଚିମ ବର୍ଷା ଝଡ ଦ୍ୱାରା ସୃଷ୍ଟି ହୋଇଥିବା ଶକ୍ତିଶାଳୀ ଝଡପବନ ଯୋଗୁଁ ଗଡିଥାଇପାରେ। ତେବେ ହଠାତ ଗଡିବା ଫଳରେ ଓ୍ବାଗନ ତଳେ ଆଶ୍ରୟ ନେଇଥିବା ଶ୍ରମିକଙ୍କ ମଧ୍ୟରୁ ୬ ଜଣ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ଆଉ ୨ ଜଣ ଗୁରୁତର ହୋଇ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି।