ବର୍ଷା ବିତ୍ପାତ,ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର, କ୍ଷତିପୂରଣ ଦାବି।
କଳାହାଣ୍ଡି,୨୫/୦୯
ସାମୁଦ୍ରିକ ବନ୍ୟା ଅର୍ଣ୍ଣଭ ପ୍ରଭାବ ରେ ବିଗତ ୩ ଦିନ ଧରି ଲଗାଣ ବର୍ଷା ଜିଲ୍ଲା ର ବିଭିନ୍ନ ସ୍ଥାନରେ ଜାରି ରହିଛି। କୋକସରା ବ୍ଲକ ରେ ମଧ୍ୟ ବିଗତ ୩ ଦିନରେ ୨୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ଲଗାଣ ବର୍ଷାରେ ଗୋତମୁଣ୍ଡା ପଞ୍ଚାୟତ ବନ୍ଧ ଗ୍ରାମ ର ଉପେନ୍ଦ୍ର ଧରୁଆ ଙ୍କ ମାଟିଘର ଗତକାଲି ରାତିରେ ଭୁଶୁଡି ପଡିଛି। ଗୋଟିଏ ପଟେ ଉପେନ୍ଦ୍ର ପରିବାର ପେଟ ରେ ଦାନା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ସ୍ତ୍ରୀ ଲଳିତା ଓ ଦୁଇ ନାବାଳକ ପୁଅ ସହ ରହୁଥିଲେ। ଘର ଭୁଶୁଡିବା ପରେ ଏବେ ମା ଓ ଦୁଇ ପୁଅ ଅନ୍ୟଘରେ ଆଶ୍ରମ ନେଇଥିବା ଜଣାପଡିଛି।
ସେହିପରି ଗମ୍ଭାରୀଗୁଡା ପଞ୍ଚାୟତ ଅଁଳାଗୁଡା ଗ୍ରାମର ଖଗେଶ୍ବର ନାଗ ଙ୍କ ଘର ମଧ୍ୟ ବିଳମ୍ବିତ ରାତିରେ ବର୍ଷା ର ଦାଉ ସହି ନପାରି ଭୁଶୁଡି ପଡିଛି। ଘରେ ବୃଦ୍ଧ ଖଗେଶ୍ବର ଓ ତାଙ୍କ ପତ୍ନୀ ରେବତୀ ଥିବା ବେଳେ ଘର ଭୁଶୁଡି ପଡିଥିଲା, ତେବେ ଏହି ଦୁର୍ଘଟଣା ରୁ ସ୍ୱାମୀ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବର୍ତ୍ତମାନ ବୃଦ୍ଧ ଦମ୍ପତି ଅସହାୟ ଅବସ୍ଥାରେ ରହିଛନ୍ତି। ତେବେ ଏହି ଘଟଣା ପରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଉଭୟ ପରିବାର କୁ ପଲିଥିନ ଯୋଗାଇ ଦିଆ ଯାଇଥିବା ଜଣାପଡିଛି। ତେବେ ଏହାସହ ବ୍ଲକ ର ଅନେକ ସ୍ଥାନରେ ଲୋକଙ୍କ ଘର ଭୁଶୁଡିବା ଘଟଣା ମଧ୍ୟ ଅଭିଯୋଗ ହୋଇଛି। ବ୍ଲକ ପ୍ରଶାସନ ଏଦିଗରେ ତ୍ୱରିତ ପଦକ୍ଷେପ ନେଇ ବନ୍ୟା ରେ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବି ହେଉଛି।

