Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ସଂଯୋଗ ନାହିଁ,ଡିବିରି ଆଲୁଅ ଭରଷା ରେ ମହେନ୍ଦ୍ରନଗର ପଡ଼ାବାସୀ।

କଳାହାଣ୍ଡି,୨୫/୦୯
ସ୍ୱାଧୀନତା ର ୭୦ ଦଶକ ପରେ ମଧ୍ୟ କିଛି ଏମିତି ପଡା ରହିଛି ଯେଉଁଠି ଆଜି ମଧ୍ୟ ବିଜୁଳି ଆଲୁଅ ପହଞ୍ଚି ନାହିଁ। ବିକଶିତ ଗାଁ ର ନାରା ଦେଉଥିବା ସରକାର ଙ୍କ ଦୃଷ୍ଟି ଆଢୁଆଳରେ ଏବେ ମଧ୍ୟ ସନ୍ଧ୍ୟା ନଇଁଲେ ଡିବିରି ର ମିଞ୍ଜି ମିଞ୍ଜି ଆଲୁଅ ଭରସାରେ ଜୀବନ କାଟୁଛନ୍ତି ମହେନ୍ଦ୍ର ନଗର ପଡାବାସୀ।
କୋକସରା ବ୍ଲକ ଗମ୍ଭାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଚିକିଲି ପଞ୍ଚାୟତ ମହେନ୍ଦ୍ରନଗର ପଡ଼ା,ଚିକିଲି ଗାଁରେ ଜନସଂଖ୍ୟା ବୃଦ୍ଧି ଓ ଜାଗା ଅଭାବରୁ ଗଢ଼ିଉଠିଥିଲା ଏହି ଜନବସତି। ଚିକିଲି ରୁ ତୁନଗାଁ ଓ ଧନସରା ଯିବା ରାସ୍ତା ଦେଇ ଗଲା ବେଳେ ପଡେ ଏହି ଜନବସତି ପ୍ରାୟ ୧୨ ଟି ପରିବାରର ଶହେରୁ ଊର୍ଦ୍ଧ୍ୱ ଲୋକ ପ୍ରାୟ ୧୦ ବର୍ଷ ହେଲା ଏଠାରେ ବସବାସ କରୁଛନ୍ତି। ତେବେ ବସତି ର ୧୦ ବର୍ଷ ପରେ ମୌଳିକ ସୁବିଧା ରୁ ବଞ୍ଚିତ ଏହି ପଡା ବାସୀ। ସନ୍ଧ୍ୟା ନଇଁଲେ ଅନ୍ଧାରରେ ବୁଡ଼ିଯାଉଛି ପୂରା ଜନବସତି।ବିଦ୍ୟୁତ ନଥିବାରୁ ସନ୍ଧ୍ୟା ହେଲେ ଘରେ ଘରେ ଜଳୁଛି ଡିବିରି। ଏହି କ୍ଷୀଣ ଆଲୁଅରେ ପିଲାଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଦୈନନ୍ଦିନ କାମ ଚାଲୁଛି।ବିଦ୍ୟୁତ ସମସ୍ୟା ସାଙ୍ଗକୁ ପଡା କୁ ଯିବାପାଇଁ ନାହିଁ ଭଲ ରାସ୍ତା ଓ ବିଶୁଦ୍ଧ ପାନୀୟଜଳ ର ସମସ୍ୟା ମଧ୍ୟ ରହିଛି ବୋଲି ଅଭିଯୋଗ କରନ୍ତି ପଡା ର ମହିଳା ଓ ପୁରୁଷ। ସରକାରଙ୍କ ପକ୍ଷରୁ ବିଦ୍ୟୁତ ଓ ସୌର ଶକ୍ତି ଯୋଗାଣ ପାଇଁ ବିଭିନ୍ନ ଯୋଜନା ରହିଥିଲେ ମଧ୍ୟ ମହେନ୍ଦ୍ରନଗର ପଡ଼ାବାସୀ ସେଥିରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ସମସ୍ୟା ସମାଧାନ ପାଇଁ ବହୁବାର ସ୍ଥାନୀୟ ଗ୍ରାମ ପଞ୍ଚାୟତ ସମେତ ବ୍ଲକ ପ୍ରଶାସନ,ଜିଲ୍ଲାପାଳ,ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମାଧାନ ହୋଇନଥିବା ଗ୍ରାମବାସୀ ଭୌଦେବ ପଟେଲ, କ୍ଷୀର ପଟେଲ, ଶ୍ୟାମ ସୁନ୍ଦର ଶବର ପ୍ରମୁଖ ପ୍ରକାଶ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଡା ର ମୌଳିକ ସମସ୍ୟା ନେଇ ସ୍ଥାନୀୟ ଗମ୍ଭାରୀଗୁଡ଼ା ସରପଞ୍ଚ ଇଶରାମ ସୁନାନୀ ଙ୍କ ପ୍ରତିକ୍ରିୟା ନେବାରୁ ମହେନ୍ଦ୍ରନଗର ପଡ଼ାର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖୁବଶୀଘ୍ର ସମସ୍ୟା ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଳି କହିଛନ୍ତି।
ତେବେ ୧୦ ବର୍ଷର ଅପେକ୍ଷା ପରେ ମଧ୍ୟ ବିଗତ ସରକାର କିମ୍ବା ବର୍ତ୍ତମାନ ର ସରକାର ଙ୍କ ଜନ ପ୍ରତିନିଧି କିମ୍ବା ଅଧିକାରୀ ଙ୍କ ଦୃଷ୍ଟି କାହିଁକି ଏହି ପଡା ପଡ଼ିନାହିଁ ତାହା ଦୁର୍ଭାଗ୍ୟଜନକ।ସରକାରୀ ଯୋଜନାର ଆଲୁଅ କେବେ ଏହି ଅବହେଳିତ ଜନବସତିରେ ପହଞ୍ଚିବ, ତାହାକୁ ଅପେକ୍ଷା କରିଛନ୍ତି ମହେନ୍ଦ୍ରନଗର ପଡ଼ାବାସୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ