Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ୟା ସ୍ଥିତି ନେଇ ତତ୍ପର କୋକସରା ବ୍ଲକ ପ୍ରଶାସନ ସ୍ଥିତି ଅନୁଧ୍ୟାନ କଲେ ବିଡ଼ିଓ, ତହସିଲଦାର।

କୋକସରା,୨୫/୦୯
ସାମୁଦ୍ରିକ ବନ୍ୟା ଅର୍ଣ୍ଣଭ ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି।ଗତ ୩ ଦିନ ଧରି ତୁହାକୁତୁହା ମୁଷଳଧାର ବର୍ଷା ଯୋଗୁଁ ବିଭିନ୍ନ ବ୍ଲକ ରେ ଥିବା ନଦୀ ର ଜଳସ୍ତର ବୃଦ୍ଧି ହେବାସହ ବନ୍ୟା ସ୍ଥିତି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।
ଏହାର ପ୍ରଭାବରେ କୋକସରା ବ୍ଲକ ରେ ମଧ୍ୟ ବର୍ଷା ବିତ୍ପାତ ଲାଗି ରହିଥିବା ବେଳେ ଅନେକ ଗାଁ ରେ ବନ୍ୟା ଜଳ ପ୍ରବାହିତ ହୋଇ ଗ୍ରାମାଞ୍ଚଳ କୁ ସଂଯୋଗ କରୁଥିବା ରାସ୍ତା ରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଯାତାୟାତ ଠପ ହୋଇଥିବା ବେଳେ ଅନେକ ନଦୀ ଫୁଲି ବନ୍ୟାଜଳ ପୋଲ ଉପରେ ଦେଇ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ବ୍ଲକ ର ଅନେକ ଗ୍ରାମ ରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବାରୁ ଅନେକ ଲୋକଙ୍କ ଙ୍କ ଘରେ ପଶିବାରୁ ଲୋକଙ୍କ ଆସବାବପତ୍ର ସମେତ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନେଇ ଅଗ୍ନିଶମ ବିଭାଗ ସହାୟତା ରେ ପାଣି ନିଷ୍କାସନ କରାଯାଇଛି। ସେହିପରି ଲଡୁଗାଁ ଗ୍ରାମ ର ମନଭଙ୍ଗ ପୋଖରୀ ର ପାଣି ଲଡୁଗାଁ ବସ୍ତି ଭିତରକୁ ପଶି ଥିବା ବେଳେ ସେଠାରେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।ସମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ,କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପ୍ରଭାବିତ ଟେମରା, ଗହନାମୁଣ୍ଡା,ଲଡୁଗାଁ, କାଶିବାହଲ, ଘୁର୍ଳୁଗୁଡା, ଖପ୍ରାମାଲ,ମୂଷାପାଳି, ଆଦି ଗ୍ରାମରେ ପହଞ୍ଚି ସ୍ଥାନୀୟ ସରପଞ୍ଚ, ପିଇଓ ଙ୍କ ସହ ସ୍ଥିତି ନେଇ ଆଲୋଚନା କରିବା ସହ ବନ୍ୟା ପ୍ରଭାବିତ ଗାଁ ରେ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ତତ୍ପରତା ଦେଖାଇଥିଲେ।ମୂଷାପାଳି ପଞ୍ଚାୟତ ଗହନାମୁଣ୍ଡା,ନାଗପଡା ୪୦ ପରିବାର ବନ୍ୟା ଘେର ରେ ରହିଥିବା ବେଳେ ସେହି ପରିବାର ର ପ୍ରାୟ ୧୪୦ ଜଣ ସଦସ୍ୟ ଙ୍କୁ ନିକଟସ୍ଥ ଗହନାମୁଣ୍ଡା ପ୍ରାଥମିକ ବିଦ୍ୟାଳୟ କୁ ସ୍ଥାନାନ୍ତରିତ କରିବା ସହ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଦିଆଯାଇଛି। ବନ୍ୟା ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ଓ ବ୍ଲକ ପ୍ରଶାସନ ତତ୍ପର ରହିଛି ବୋଳି ବିଡ଼ିଓ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ