Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରେ ପଶିଲା ବର୍ଷାପାଣି ,ନିଷ୍କାସନ କଲେ ଅଗ୍ନିଶମ ବିଭାଗ କର୍ମଚାରୀ।

କୋକସରା,୨୫/୦୯
ସାମୁଦ୍ରିକ ବନ୍ୟା ଅର୍ଣ୍ଣଭ ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି।ଗତ ୩ ଦିନ ଧରି ତୁହାକୁତୁହା ମୁଷଳଧାର ବର୍ଷା ଯୋଗୁଁ ବିଭିନ୍ନ ବ୍ଲକ ରେ ଥିବା ନଦୀ ର ଜଳସ୍ତର ବୃଦ୍ଧି ହେବାସହ ବନ୍ୟା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।
ଏହାର ପ୍ରଭାବରେ କୋକସରା ବ୍ଲକ ରେ ମଧ୍ୟ ବର୍ଷା ବିତ୍ପାତ ଲାଗି ରହିଥିବା ବେଳେ ଅନେକ ଗାଁ ରେ ବର୍ଷା ପାଣି ନିଷ୍କାସନ ହୋଇ ନପାରିବାରୁ ଘରେ ଘରେ ପଶିଛି ଓ ଲୋକଙ୍କ ଆସବାବପତ୍ର ସମେତ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। କୋକସରା ବ୍ଲକ ର ମୂଷାପାଳି ପଞ୍ଚାୟତ ଗହନାମୁଣ୍ଡା ଗ୍ରାମର କୁମରମଣି ନାଗ ଓ ଧନେଶ୍ୱର ଗୋପାଳ ଓ ଟେମରା ପଞ୍ଚାୟତ ଟେମରା ସତନାମୀ ପଡା ର ହିରାଧର ସତନାମୀ ଓ ନେତ୍ରାନନ୍ଦ ମାଝୀ ଙ୍କ ଘରେ ବର୍ଷା ପାଣି ପଶି ଯିବାରୁ ଘର ଭିତରେ ୩ ଫୁଟ ପାଣି ଜମି ରହିଥିଲା। ଏନେଇ ପୀଡିତ ପରିବାର ଲୋକେ କୋକସରା ବ୍ଲକ ପ୍ରଶାସନ କୁ ଜଣାଇବା ପରେ ବ୍ଲକ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ଘର ଭିତରେ ଥିବା ପାଣି କୁ ମୋଟେର ସାହାଯ୍ୟ ରେ ନିଷ୍କାସନ କରିଥିଲେ। ଏହି ଉଦ୍ଧାର କାର୍ଯ୍ୟ ରେ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଙ୍କ ସମେତ କଶ୍ୟପ ପଟ୍ଟନାୟକ, ସୁନୀଲ ରଞ୍ଜନ ବାର୍ଳା, ଲଳିତ ପୁଟେଲ,ଉମାଶଙ୍କର ନାଏକ, ରାଧେଶ୍ୟାମ ପ୍ରଧାନୀ, ଦେବାଶିଷ ମହାପାତ୍ର, ବିଶ୍ୱଜିତ ଜେନା ପ୍ରମୁଖ କର୍ମଚାରୀ ମାନେ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ