ଏସ.ଏନ୍.ଏସ୍. ବିଦ୍ୟାପୀଠ ରେ ଡଃ ଗୋପବନ୍ଧୁ ବେହେରା ଙ୍କ ଶ୍ରଦ୍ଧାଞ୍ଜଳି ସଭା।
କଳାହାଣ୍ଡି,୨୬/୦୯
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାର ବାହାଲ ସ୍ଥିତ ଏସ.ଏନ୍.ଏସ୍. ବିଦ୍ୟାପୀଠ ଠାରେ ବିଶିଷ୍ଠ ଶିକ୍ଷାବିତ୍ ତଥା ରସାୟନ ବିଜ୍ଞାନୀ ପ୍ରଫେସର ଡଃ ଗୋପବନ୍ଧୁ ବେହେରାଙ୍କ ଅକାଳ ବିୟୋଗରେ ଏକ ଗଭୀର ଶୋକସଭା ଓ ଶ୍ରଦ୍ଧାଞ୍ଜଳି ପ୍ରାର୍ଥନା ସଭା ଶନିବାର।ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାପୀଠ ର ପ୍ରଧାନଶିକ୍ଷକ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ,କର୍ମଚାରୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ସ୍ବର୍ଗତ ବେହେରାଙ୍କ ପ୍ରତିକୃତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଦିବଙ୍ଗତ ଆତ୍ମାର ଅମର ଶାନ୍ତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରଫେସର ବେହେରାଙ୍କ ଶିକ୍ଷା,ଗବେଷଣା, ସମାଜସେବା ଏବଂ ଅଞ୍ଚଳର ଶିକ୍ଷାର ବିକାଶ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ କୁ ସ୍ମୃତି ଚାରଣ କରିଥିଲେ। ତାଙ୍କର ବିୟୋଗରେ ଶିକ୍ଷା ଜଗତ ରେ ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ଉପସ୍ଥିତ ଅତିଥି ଓ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରମୁଖ ମତବ୍ୟକ୍ତ କରିଥିଲେ।

