ବୀରମହାରାଜପୁର ବାଳକ ହାଇସ୍କୁଲ ରେ ବ୍ଲକ ସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ
ବୀରମହାରାଜପୁର : ବୀରମହାରାଜପୁର ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି l ଏହାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ତଥା ବିଚାରକ ଭାବେ ସୁବଳୟା ସି ଆର୍ ସି ସି ତଥା ବିଶିଷ୍ଟ କଣ୍ଠଶିଳ୍ପୀ ମୋନାଲିସା ନନ୍ଦ ଓ ଶିକ୍ଷକ ଅକ୍ଷୟ ରାଏ ଯୋଗ ଦେଇଥିଲେ । ଏଥିରେ ସୁବଳୟା ଉଚ୍ଚ ବିଦ୍ୟାଳୟ ପ୍ରଥମ,ବାଳିକା ଉଚ୍ଚ ବିଦ୍ୟାଳୟ ବୀରମହାରାଜପୁର ଦ୍ୱିତୀୟ ଏବଂ ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ l ପ୍ରଥମ ଦୁଇଟି ଦଳ ଜିଲ୍ଲା ସ୍ତର କୁ ମନୋନୀତ ହୋଇଛନ୍ତି l ଶିକ୍ଷକ ବୈକୁଣ୍ଠ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ ପ୍ରମୁଖ ଶାନ୍ତନୁ କୁମାର ସିଂସlମନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ/ କର୍ମଚାରୀ ସହଯୋଗ କରିଥିଲେ l

