ବାତ୍ୟା ପ୍ରଭାବ ରେ ଭୁଶୁଡ଼ିଲା ରାଇସ ମିଲ ଗୋଦାମ ଘର, ଲକ୍ଷାଧିକ ଟଙ୍କା ର ଧାନ ସହ ସାମଗ୍ରୀ ନଷ୍ଟ।
କଳାହାଣ୍ଡି,୨୬/୦୯
ସାମୁଦ୍ରିକ ବାତ୍ୟା ଅର୍ଣ୍ଣଭ ପ୍ରଭାବ ରେ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କୋକସରା ବ୍ଲକ ଲଡୁଗାଁ ସ୍ଥିତ ଓମ ଶ୍ରୀ ହରି କିଷନ ଏଗ୍ରୋ ଟେକ ରାଇସ ମିଲ୍ ରେ ଥିବା ପାଚେରୀ ଓ ଛାତ ଲଗାଣ ବର୍ଷା ଓ ପବନ ରେ ଭୁଶୁଡି ପଡିବାରୁ ଗୋଦାମ ରେ ରେ ଗଚ୍ଛିତ ଥିବା ଶତାଧିକ କ୍ୱିଣ୍ଟାଲ ଧାନ ନଷ୍ଟ ହେବାସହ ଗୋଦାମ ର ଆଜବେଷ୍ଟର ଓ ଅନ୍ୟାନ୍ୟ ଉପକରଣ ନଷ୍ଟ ହୋଇଥିବା ଜଣାପଡିଛି।ଫଳରେ ମିଲ ମାଲିକ ଲକ୍ଷାଧିକ ଟଙ୍କାର କ୍ଷତି ସହିଥିବା ବେଳେ ଗୋଦାମ ରେ ଥିବା ଶତାଧିକ କ୍ୱିଣ୍ଟାଲ ଧାନ ବର୍ଷା ରେ ଭିଜି ଗୁଆବତ୍ତା ହରାଇବା ସହ ନଷ୍ଟ ହୋଇଥିବା ନେଇ ମିଲ ମାଲିକ ଯୁଗଳ କିଶୋର ଅଗ୍ରୱାଲ ଅଭିଯୋଗ କରିଛନ୍ତି।

