ରାମଚନ୍ଦ୍ରପୁର ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତ୍ତା : ଘନଶ୍ୟାମ ସାହୁ ସଭାପତି, ଅନନ୍ତ ସାହୁ ସାଧାରଣ ସଂପାଦକ
କଳାହାଣ୍ଡି,୨୬/୦୯-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁରଠାରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା ଚଳିତ ଦ୍ଵାଦଶ ବର୍ଷରେ ପହଞ୍ଚିଥିବାବେଳେ ଆଜି ରାମଚନ୍ଦ୍ରପୁରସ୍ଥିତ ଦୁର୍ଗାମଣ୍ଡପଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦୁର୍ଗାପୂଜା କମିଟିର ଉପଦେଷ୍ଟା ସୁରେନ୍ଦ୍ର ମାଝୀ ଅଧ୍ୟକ୍ଷତା କରିଥିବାବେଳେ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିଲେ। ଏହି ଅବସରରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଘନଶ୍ୟାମ ସାହୁ, କାର୍ଯ୍ୟକାରୀ ସଭାପତି ଭାବେ ବୃନ୍ଦାବନ ଯୋଶୀ, ସମୀର ବେହେରା, ଉପସଭାପତି ଭାବେ ଲବକାନ୍ତ ସା, ସାଧାରଣ ସଂପାଦକ ଭାବେ ଅନନ୍ତ ସାହୁଙ୍କୁ ମନୋନୀତ କରାଯାଇଥିଲା। ସେହିପରି ସଂଗଠନ ସଂପାଦକ ଭାବେ ଦେବ ପଟେଲ, ସାଂସ୍କୃତିକ ସଂପାଦକ ଭାବେ ଜଗନ୍ନାଥ ପଣ୍ଡା, ବିକ୍ରମ ଛତ୍ରିଆ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଏହାସହିତ ଉପଦେଷ୍ଟା କମିଟି, କାର୍ଯ୍ୟକାରୀ କମିଟି, ଶାନ୍ତିଶୃଙ୍ଖଳା ରକ୍ଷା କମିଟିର ସଦସ୍ୟ, ସଦସ୍ୟାଙ୍କ ନାମ ଘୋଷଣା କରାଯାଇଥିଲା।

