ବିଶ୍ୱନାଥପୁର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ
କଳାହାଣ୍ଡି,୨୮/୦୯-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଗୌନ୍ତିଆ ପ୍ରଦୀପ କୁମାର ଘଡ଼େଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ନାଗରିକ ବଳରାମ ବେହେରା, ରଘୁବୀର ନାଗ, କୈଳାସ ଦାସଙ୍କ ସମେତ ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ତ୍ରିଲୋଚନ ସେଠ,ୀ ଧବଳେଶ୍ୱର ଠେଲା, ଅଚ୍ୟୁତ ଘଡ଼େଇ, ଉପେନ୍ଦ୍ର ସାହୁ, ବନ ଦଳେଇ, ପ୍ରମୋଦ ଗୋୟଲ, ଆନନ୍ଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସଭାପତି ଭାବେ ଜଗଦୀଶ ବେନିଆ, ଉପସଭାପତି ଭାବେ ହରିହର କୁମାର, ସାଧାରଣ ସଂପାଦକ ଭାବେ ଅନନ୍ତରାମ ପ୍ରଧାନୀ, ସହ-ସଂପାଦକ ଭାବେ କିଶୋର ହରପାଲ, କୋଷାଧ୍ୟକ୍ଷ ଭାବେ ସୁବାସ ନାୟକ, ସହ କୋଷାଧ୍ୟକ୍ଷ ଭାବେ ଜିତେନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଥିଲା।

