Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ରେ ଚିକିତ୍ସିତ ହେଉଥିବା ଝିଅ କୁ ଦେଖି ଫେରୁଥିଲେ: ବାଟରେ ସଡକ ଦୁର୍ଘଟଣାରେ ବିଜେପି ର ବରିଷ୍ଠ ନେତା ଙ୍କ ମୃତ୍ୟୁ

କୋକସର: ସଡକ ଦୁର୍ଘଟଣାରେ ବିଜେପି କର୍ମକର୍ତ୍ତା ଙ୍କ ମୃତ୍ୟୁ।କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ହୃଷିକେଶ ପଣ୍ଡା(୬୭) ଙ୍କ ଏକ ସଡକ ଦୁର୍ଘଟଣାରେ ଆକସ୍ମିକ ମୃତ୍ୟୁ ହୋଇଛି। ସେ ଦୀର୍ଘ ବର୍ଷ ହେବ ଭାରତୀୟ ଜନତା ପାର୍ଟି ର ଜଣେ ତୃଣମୂଳ ସ୍ତରର କର୍ମକର୍ତ୍ତା ରହି ମୋଟେର ମଣ୍ଡଳ ର ସାଙ୍ଗଠାନିକ ଦାୟିତ୍ୱ ରେ ରହିଥିଲେ। ଗୁରୁବାର ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନିଜ ଝିଅ କୁ ଦେଖିବାକୁ ଯାଇ ନିଜ ସମ୍ପର୍କୀୟ ନାତି ସହ ଘରକୁ ବାଇକ ରେ ଫେରୁଥିବା ବେଳେ ଜୁନାଗଡ଼ ବ୍ଲକ ଜାତୀୟ ରାଜପଥ ୨୬ ବନମାଲିପୁର ବୁଲାଣି ନିକଟରେ କୌଣସି ଏକ ଅଜଣା ଗାଡି ଧକ୍କା ରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।ଦୁର୍ଘଟଣା ରେ ତାଙ୍କ ସମ୍ପର୍କୀୟ ନାତି ଧର୍ମଗଡ ବ୍ଲକ ଖଇରପଦର ଗ୍ରାମର ଦୁର୍ଗା ପ୍ରସାଦ ଦାସ (୨୩)ମଧ୍ୟ ଗୁରୁତର ଥିବା ଜଣାପଡିଛି। ଯୁବକ ଜୁନାଗଡ଼ ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ନେଇ ସୁଚନା ମିଲିଛି।ତାଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।ତାଙ୍କ ମୃତ୍ୟୁ ରେ ବିଜେପି ର ନେତୃବୃନ୍ଦ ଶୋକ ବ୍ୟକ୍ତ କରିଛନ୍ତି।