Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ED Money Laundering Case:୧,୪୧୭ କୋଟି ଟଙ୍କାର ଠକେଇ ମାମଲା, ଇଡି ଜାଲରେ ୨ ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: କୃଷିଜାତ ଦ୍ରବ୍ୟ ରପ୍ତାନି ବ୍ୟବସାୟରେ ଅଧିକ ଲାଭ ଦେବାର ପ୍ରଲୋଭନ ଦେଖାଇ ପ୍ରାୟ ୩୫,୭୫୯ ଜଣ ନିବେଶକଙ୍କଠାରୁ ୧,୪୧୭.୮୬ କୋଟି ଟଙ୍କା ଠକେଇ ଅଭିଯୋଗ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଗିରଫ ଅଭିଯୁକ୍ତ ହେଲେ ଏସ୍. ନବୀନ କୁମାର ଓ ଏସ୍. ମୁଥୁସେଲଭମ୍। ସେପ୍ଟେମ୍ବର ୨୯ରେ ମନି ଲଣ୍ଡରିଂ ନିରୋଧୀ ଆଇନ (PMLA) ଅଧୀନରେ ଗିରଫ ପରେ ଉଭୟଙ୍କୁ ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇଛନ୍ତି।

EDର ସୂଚନା ଅନୁସାରେ, ତାମିଲନାଡୁର ଇରୋଡ୍ ଜିଲ୍ଲା କ୍ରାଇମ୍ ବ୍ରାଞ୍ଚରେ ରୁଜୁ ମାମଲା ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୁକ୍ତମାନେ ‘ଏମଏସ୍ ୟୁନିକ୍ ଏକ୍ସପୋର୍ଟ’ ଓ ‘ଇଷ୍ଟ୍ ଭ୍ୟାଲି ଆର୍ଗୋ ଫାର୍ମସ୍’ ନାମକ ସଂସ୍ଥା ମାଧ୍ୟମରେ ବିଭିନ୍ନ ନିବେଶ ଯୋଜନା ଚଳାଇ କୃଷିଜାତ ଦ୍ରବ୍ୟ ରପ୍ତାନିରୁ ଅଧିକ ଲାଭ ମିଳିବ ବୋଲି ନିବେଶକଙ୍କୁ ପ୍ରଲୋଭିତ କରିଥିବା ଅଭିଯୋଗ ରହିଛି। ତଦନ୍ତରେ ଏହି ସଂସ୍ଥାଗୁଡ଼ିକ ବାସ୍ତବରେ କୌଣସି ରପ୍ତାନି ବ୍ୟବସାୟ କରୁନଥିବା ଜଣାପଡ଼ିଥିବା ED କହିଛି। ନିବେଶକଙ୍କ ୭୧୯ କୋଟିରୁ ଅଧିକ ଟଙ୍କା ୧୦୦ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଖାତା, ସହଯୋଗୀ ସଂସ୍ଥା, ପରିବାର ସଦସ୍ୟ ଓ ନିକଟତର ବ୍ୟକ୍ତିଙ୍କ ଖାତାକୁ ସ୍ଥାନାନ୍ତର ହୋଇଥିବା ତଦନ୍ତରୁ ଜଣାପଡ଼ିଥିବା ଦାବି କରାଯାଇଛି।

ତଦନ୍ତ ଅନୁସାରେ, ନବୀନ କୁମାର କମ୍ପାନୀର ବ୍ୟାଙ୍କିଙ୍ଗ କାରବାର ନିୟନ୍ତ୍ରଣ କରୁଥିଲେ। କମ୍ପାନୀରେ ମାତ୍ର ୪ ଜଣ କର୍ମଚାରୀ ଥିବା ସତ୍ତ୍ୱେ ୩୯୦.୯୦ କୋଟି ଟଙ୍କା ଦରମା ବାବଦରେ ଦିଆଯାଇଥିବା ଏବଂ ପ୍ରକୃତ କାରବାର ବିନା ୭୯.୫୬ କୋଟି ଟଙ୍କାର ପିଆଜ ଓ ଅନ୍ୟ କୃଷିଜାତ ଦ୍ରବ୍ୟ କିଣାଯାଇଥିବା ଦର୍ଶାଯାଇଥିବା ED ତଦନ୍ତରେ ସାମ୍ନାକୁ ଆସିଥିବା କୁହାଯାଇଛି। ସେହିପରି ମୁଥୁସେଲଭମ୍ ୪୨.୧୦ ଲକ୍ଷ ଟଙ୍କା ନିବେଶ କରି କମିଶନ୍, ରେଫରାଲ୍ ବୋନସ୍ ଓ ରିଟର୍ଣ୍ଣ ଆକାରରେ ୧୨.୭୨ କୋଟି ଟଙ୍କା ପାଇଥିବା ତଦନ୍ତରେ ଜଣାପଡ଼ିଥିବା ED କହିଛି। ଜୁନ୍‌ରେ ୯ଟି ସ୍ଥାନରେ ଚଢ଼ାଉ ପରେ ମାମଲାରେ ଅଧିକ ତଦନ୍ତ ଓ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories