Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଥରଘାଟ ହନୁମାନ ବାଟିକା ଠାରେ ଜିଲ୍ଲା ଡୁମାଳ ପରିଷଦ ର ଏକ ଜରୁରୀ ବୈଠକ ଅନୁଷ୍ଠିତ

ବୀରମହାରାଜପୁର : ବୀରମହାରାଜପୁର ନିକଟସ୍ଥ ହିଲୁଙ୍ଗ କେନ୍ଦ୍ର ଅନ୍ତର୍ଗତ ପଥରଘାଟ ହନୁମାନ ବାଟିକା ଠାରେ ଜିଲ୍ଲା ଡୁମାଳ ପରିଷଦ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ସୁବର୍ଣ୍ଣପୁର ଶାଖା ର ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଜିଲ୍ଲା ର ସମସ୍ତ ମାହେଶ୍ୱରୀ ମନ୍ଦିର ଡାଳତଲ ପିଠ ଗୁଡ଼ିକର ସେବାୟତ ମାନେ ଆଶ୍ଵିନ ମାସର ମାଁ ମାହେଶ୍ୱରୀ ଙ୍କର ଷୋଳ ପୂଜା ଉପରେ ଆଲୋଚନା କରାଯାଇଥିଲା l ଉପସ୍ଥିତ ଥିବା କର୍ମକର୍ତ୍ତା, ସେବାୟତ ମାନଙ୍କୁ ମୋବାଇଲ ଫୋନ ଦ୍ବାରା ଯୋଗାଯୋଗ କରାଯାଇଥିଲା I ନିଜର ମାହେଶ୍ୱରୀ ମନ୍ଦିର ଡାଳତଲ ପିଠ ଗୁଡ଼ିକର ଷୋଳ ପୂଜା ତାରିଖ ଧାର୍ଯ୍ୟ ଉପରେ ମତାମତ କହିବା ଅନୁସାରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ସଭାପତି ଘୋଷଣା କରିଥିଲେ l ଚଳିତ ଅକ୍ଟୋବର ମାସ ତା ୩/୧୦/୨୦୨୬ ରିଖ ଶନିବାର ଦିନ ଦେବୀ ଉତ୍ତାପନ , ସହସ୍ତ୍ର କୁମ୍ଭାଭିଷେକ, ମୂଳାଷ୍ଟମୀ ସମସ୍ତ ଷୋଡ଼ଶ ଦିବସୀୟ ପୂଜାରମ୍ଭ ,ଦୁତି ବାମନ ଓଷା, ପୁଅ ଜିଉନ୍ତିଆ ଆୟୋଜିତ ହେବ l ତା ୧୦/୧୦/୨୦୨୬ ରିଖ ଶନିବାର ଦିନ ଅମାବାସ୍ୟା( ମହାଳୟା) ତା ୧୮/୧୦/୨୦୨୬ ରିଖ ରବିବାର ଦିନ ମହାଷ୍ଟମୀ(ଭାଇ ଜିଉଁନ୍ତିଆ) ତା ୨୦/୧୦/୨୦୨୬ ରିଖ ମଙ୍ଗଳବାର ଦିନ ବିଜୟା ଦଶମୀ ( ଦଶହରା ) ତା୨୫/୧୦/୨୦୨୬ ରିଖ ରବିବାର ଦିନ କାନପୁର ମାହେଶ୍ୱରୀ ମନ୍ଦିର ଠାରେ ଆଶ୍ଵିନ ପୂର୍ଣ୍ଣିମା ଯାତ୍ରା ( କୁମାରୋ ତ୍ସବ ଯାତ୍ରା ) ତା ୨୬/୧୦/୨୦୨୬ ରିଖ ସୋମବାର ଦିନ କାନପୁର ମାହେଶ୍ୱରୀ ପିଠ ରେ କୁମାରୋତ୍ସବ ଯାତ୍ରା ଉଦ୍ଯାଯାପନୀ ପର୍ବ ) ଏବଂ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ବାର୍ଷିକ ବୈଠକ ଅନୁଷ୍ଠିତ ହେବ, ଜିଲ୍ଲା ନୂତନ କର୍ମ କର୍ତ୍ତା ମାନଙ୍କୁ ଦ୍ବାୟୀତ୍ବ ପ୍ରଦାନ, ଜିଲ୍ଲା ୮୮ ମାହେଶ୍ୱରୀ ମନ୍ଦିର ଡାଳତଲ ପିଠ ଗୁଡ଼ିକର ସେବାୟତ ମାନଙ୍କୁ ଜିଲ୍ଲା କମିଟି ପକ୍ଷରୁ ମାନପତ୍ର ପ୍ରଦାନ କରାଯିବ, ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ସାଂଗଠନିକ, ସାମାଜିକ ଜାତି ଭିତ୍ତିକ ଉପରେ ଆଲୋଚନା କରାଯିବ l ଏହି ବୈଠକରେ ଜିଲ୍ଲା ସମ୍ପାଦକ ମନୋରଞ୍ଜନ ପାଧାନ, ଜିଲ୍ଲା କମିଟି କାର୍ଯ୍ୟକାରିଣୀ ସଦସ୍ୟ ଆଶୁତୋଷ ବସ୍ତିଆ, ଡାହୁକ ବୁଡ କେନ୍ଦ୍ର ସଭାପତି ବୃନ୍ଦାବନ ପାଧାନ,ହିଲୁଙ୍ଗ କେନ୍ଦ୍ର ସଭାପତି କାର୍ତ୍ତିକ ଖଣ୍ଡଗିରି, କାନପୁର କେନ୍ଦ୍ର ସଭାପତି ଅୟତନ କଲତା ,ବାଗବର କେନ୍ଦ୍ର ସମ୍ପାଦକ ହରିହର ପଧାନ, ହିଙ୍ଗିମା କେନ୍ଦ୍ର ଉପ ସଭାପତି ଜଗନ୍ନାଥ ପାତ୍ର, ସମ୍ପାଦକ ତପନ ପଡ଼ିଆ, ଜିଲ୍ଲା ପ୍ରତିନିଧି ରାମ ବସ୍ତିଆ, କାନପୁର ମାହେଶ୍ୱରୀ ମନ୍ଦିର ଦେହୁରୀ ରବିନ୍ଦ୍ର ଦେହୁରୀ, ବିଷ୍ଣୁ ଚରଣ ଦେହୁରୀ,କମଳପୁର ଦେହୁରୀ ପୁରୁଷୋତ୍ତମ ଦେହୁରୀ ,ହିଲୁଙ୍ଗ ମାହେଶ୍ୱରୀ ମନ୍ଦିର ଦେହୁରୀ ସନ୍ତୋଷ ଦେହୁରୀ, ଦେଉଳ ମୁଣ୍ଡା ଓ ଭଲିଆପଦର ଦେହୁରୀ ପୂରନ୍ଦର ଦେହୁରୀ,ନୁଆଁଗଡ ଦେହୁରୀ ଜଗନ୍ନାଥ ଦେହୁରୀ,ଉଫୁଲା ଦେହୁରୀ ବାସୁଦେବ ଦେହୁରୀ,ଜଟସିଘା ଦେହୁରୀ ବାବୁଲା ଦେହୁରୀ,ହିଙ୍ଗିମା ଦେହୁରୀ, ଜିଲ୍ଲା ବିଭିନ୍ନ ମାହେଶ୍ୱରୀ ମନ୍ଦିର ଡାଳତଲ ପିଠ ଗୁଡ଼ିକର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ l ହିଲୁଙ୍ଗ ଗ୍ରାମ୍ୟ କମିଟି ସଭାପତି ସମ୍ପାଦକ ସୀତା ରାମ ମହାକୁର ଶ୍ରୀନିବାସ ମହାକୁର, ହିଲୁଙ୍ଗ ଗ୍ରାମ ର ସମସ୍ତ ଜାତି ଭାଇ ସହଯୋଗ କରିଥିବା ବେଳେ ଶେଷ ରେ ଜିଲ୍ଲା କମିଟି କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ