Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ଉପଖଣ୍ଡସ୍ଥ ଛାତ୍ରୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି

ଜମନକିରା : ଇତି ମଧ୍ୟରେ ଉଭୟ ବୋର୍ଡ ସିବିଏସଇ ମାଟ୍ରିକ ଏବଂ ଯୁକ୍ତ ଦୁଇ ର ପରୀକ୍ଷା ଫଳ ବାହାରି ସାରିଛି। କୁଚିଣ୍ଡା ଉପଖଣ୍ଡସ୍ଥ ତିନୋଟି ବ୍ଲକର ସମସ୍ତ ବିଭାଗ ରୁ ପ୍ରାୟେ ଷାଠିଏ ରୁ ଉର୍ଦ୍ଧ୍ବ ମେଧାବୀ ଛାତ୍ର ଛାତ୍ରୀ ଉତିର୍ଣ୍ଣ ହୋଇଛନ୍ତି। ସେମାନଙ୍କୁ ସମ୍ବର୍ଦ୍ଧନା ଦେବାକୁ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅଭିଯାନର ଆବାହକ ପ୍ରଭାତ ବେହେରାଙ୍କ ପରିଚାଳନାରେ ଆୟୋଜିତ ଦୁଇଟି ପର୍ଯ୍ୟାୟରେ ପ୍ରସ୍ତୁତି ବୈଠକ ହୋଇଥିଲା। ଉଭୟ ବୈଠକରେ ସଭାପତି ସୁବାଷ ଚନ୍ଦ୍ର ନାୟକ, ଅଧ୍ୟାପକ କୃଷ୍ଣଚନ୍ଦ୍ର ପୁଝାରୀ, ସତ୍ୟ ନାରାୟଣ ପଟେଲ, ଦେବେନ୍ଦ୍ର ପଟେଲ, ପ୍ରଫୁଲ୍ଲ ସାହୁ, ସନ୍ତୋଷ ପଟେଲ, ଅତୁଲ ଅଗ୍ରୱାଲା, ରମେଶ କିଶାନ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ୧୭ ତାରିଖ ଦିନ ଅଭିଯାନର ଏକ ସାଧାରଣ ବୈଠକ ଅନୁଷ୍ଠିତ କରାଯିବାକୁ ସ୍ଥିର କରାଯିବା ସହ ଆଗାମୀ ଜୁଲାଇ ମାସରେ ମେଧାବୀ ସମର୍ଦ୍ଧନ କରାଯିବାକୁ ସିଦ୍ଧାନ୍ତ ନିଆଯାଇଛି। ଶେଷରେ ମାନସୀ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories