Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀର ବିର୍ସା ମୁଣ୍ଡାଙ୍କ ସ୍ମୁତି ଦିବସରେ ଶ୍ରଦ୍ଧାଂଜଳି

ଜମନକିରା : ଧର୍ତ୍ତିଆବା ଭାବରେ ପ୍ରତିଷ୍ଠିତ ଖ୍ୟାତନାମା ବିଶିଷ୍ଟ ଆଦିବାସୀ ଜନନେତା ତଥା ସ୍ଵାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସକୁ ଆଜି ଶୁକ୍ରବାର କୁଚିଣ୍ଡା ସ୍ଥିତ ଆଦିବାସୀ ଭବନରେ ସ୍ମୃତି ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ବିର୍ସା ମୁଣ୍ଡା ଛକ ସ୍ଥିତ ବୀର ଶ୍ରୀ ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଆଦିବାସୀ ଭବନରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏଥିରେ ବାଉରିଗୋଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିନୋଦ ବାଘ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଯୋଗ ଦେଇ ବୀର ଶ୍ରୀ ମୁଣ୍ଡାଙ୍କ ତ୍ୟାଗପୂତ ଜୀବନ ଓ ସଂସ୍କାର ମୂଳକ କାର୍ଯ୍ୟର ବର୍ଣ୍ଣନା କରିଥିଲେ।ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦର ଉପ-ସଭାପତି ରମେଶ ପ୍ରଧାନ ଦିବସର ମହାତ୍ମା ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ କିଶାନ ସମାଜ ମହାଗୁଡ଼ିର ସଭାପତି ସୋଭାରାମ ପ୍ରଧାନ, ସୁବର୍ଣ୍ଣପାଲି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ଲିପନ କିଣ୍ଡୋ, ନାରୀନେତ୍ରୀ ଲିପ୍ସା ମାଝୀ, କର୍ଣ୍ଣ ପ୍ରଧାନ, ନେହେରୁ କିସାନ, କାର୍ତ୍ତିକ ମାଝୀ, ଶରତ ପ୍ରଧାନ, ଭାଗିରଥି କିଶାନ, ମୁନିନ୍ଦ୍ର ନାଏକ, ପିତାମ୍ବର ମାଝୀ ପ୍ରମୁଖଙ୍କ ସମେତ ବହୁ ଆଦିବାସୀ ନେତା, ସାମାଜିକ କର୍ମୀ ଅଂଶ ଗ୍ରହଣ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ଶେଷରେ ଇଞ୍ଜିନିୟର ରୁଦ୍ର ବାଘ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ