Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ପରଦାରେ ଦେଖିବେ ଶକ୍ତିମାନ ଚଳଚ୍ଚିତ୍ର; ତିଆରି ହେଉଛି ବିଗ୍‌ ବଜେଟ୍‌ ମୁଭି

ମୁମ୍ବାଇ: ଶକ୍ତିମାନ ୯୦ ଦଶକର ସବୁଠାରୁ ପ୍ରିୟ ସିରିଏଲ ମଧ୍ୟରୁ ଗୋଟିଏ ଥିଲା। ପିଲାଠୁ ନେଇ ବୁଢା ଯାଏ ସମସ୍ତଙ୍କ ଥିଲା ପସନ୍ଦ। ସେସମୟରେ ଶକ୍ତିମାନ ଦେଖିବାକୁ ଦେଖିବାକୁ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ଥିଲା। ଶକ୍ତିମାନକୁ ସମସ୍ତେ ନିଜ ନିଜର ହିରୋ ମଧ୍ୟ ମାନ ନେଇଥିଲେ। ତେବେ ଖୁସି ଖବର ହେଲା ପୁଣି ଥରେ ଆପଣ ଶକ୍ତିମାନ ଦେଖିବାର ମଜା ନେଇପାରିବେ। ସେ ପୁଣି ଛୋଟ ପରଦାରେ ନୁହେଁ ବରଂ ବଡ ପରଦାରେ। କାରଣ ଶକ୍ତିମାନକୁ ନେଇ ତିଆରି ହେଉଛି ବିଗ୍‌ ବଜେଟ ମୁଭି।

ଏ ନେଇ ସୂଚନା ଦେଇଛନ୍ତି ଶକ୍ତିମାନ ଭୂମିକାରେ ଅଭିନୟ କରୁଥିବା ମୁକେଶ ଖାନ୍ନା। ଏହି ସିରିଏଲ ପାଇଁ ଘରେ ଘରେ ଲୋକପ୍ରିୟତା ହାସଲ କରିଥିଲେ। ମୁକେଶଙ୍କ ଏହି ସୂଚନା ପରେ ଶକ୍ତିମାନ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। ଏହାର ଘୋଷଣା ସୋନି ପିକଚର୍ସ ଏକ ଟିଜର ଜରିଆରେ କରିଥିଲା । ସେବେଠାରୁ ଏହି ଫିଲ୍ମ ତିଆରି ହେବାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ଏହାକୁ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ବଡ ପ୍ଲାନ ବି କରାଯାଉଛି । ପିଲ୍ମ ତିଆରି ପାଇଁ କଣ୍ଟ୍ରାକ୍ଟ ବି ଶେଷ ହୋଇଛି । ଆଉ ଏହି ଫିଲ୍ମ ତିଆରି କରିବା ପାଇଁ ୨୦୦ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମୁକେଶ ଖାନ୍ନା ।