Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ ଜିଲ୍ଲାରେ କଂଗ୍ରେସର ନୂଆଁ ସଭାପତି, ସମ୍ବଲପୁରରୁ ଅସିଫ ଅଲ୍ଲୀଖାଁ

ସମ୍ବଲପୁର: କଂଗ୍ରେସ ଦଳର ସମ୍ବଲପୁର ଜିଲ୍ଲା ସଭାପତି ଭାବେ ଦଳର ବରିଷ୍ଠ ନେତା ଅସୀଫ ଅଲ୍ଲୀଖାଁଙ୍କୁ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଅନୁମୋଦନକୁ ଜାତୀୟ କଂଗ୍ରେସ ମୋହର ଲଗାଇଛି। ଜାତୀୟ କଂଗ୍ରେସ ର ସାଧାରଣ ସଂପାଦକ କେ.ସି ବେଣୁଗୋପାଲଙ୍କ ଦସ୍ତଖତରେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ସୁରେଶ କୁମାର ଆଜାଦ୍ ନୂଆପଡା,ଆଡଭୋକେଟ ମୋହନ ପରିଡା କେଉଁଝର ,ଜୟରାମ ପଟ୍ଟନାୟକ ପୁରୀ, ଅଶୋକ ଦାଶ ଭଦ୍ରକ,ସଂଗ୍ରାମ ମିଶ୍ର ଅନୁଗୁଲ, ଦନାର୍ଦନ ଦେହୂରୀ ସୁନ୍ଦରଗଡ,ଦୂର୍ଗା ଶଙ୍କର ସାହୁ କୋରାପୁଟ, ବିଜୟ କୁମାର ଗମାଙ୍ଗୋ ରୟଗଡା ଜିଲ୍ଲା ସଭାପତି ହୋଇଥିବା ବେଳେ ସେମ୍ ହେମ୍ରମ୍ବ ଦେବଗଡ ଜିଲ୍ଲା ସଭାପତି ହୋଇଛନ୍ତି । ଏହାକୁ ନେଇ କଂଗ୍ରସ ମହଳରେ ଉତ୍ସାହ ପ୍ରକାଶ ପାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ