Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷି ସମବାୟ ସମିତି ପକ୍ଷରୁ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୧୬/୧୦
ରାଜ୍ୟ ସରକାର ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ କୃଷି ସମବାୟ ସମିତି ସମୂହ ପକ୍ଷରୁ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଗୁରୁବାର କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ କୋକସରା ବ୍ଲକ ର ୬ ଗୋଟି କୃଷି ସମବାୟ ସମିତିର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଏଆରସିଏସ ଯଶୋବନ୍ତ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ,ବିଜେପି କୋକସରା ମଣ୍ଡଳ ସମ୍ପାଦକ ଶାରଳା ପ୍ରଧାନୀ,ଧର୍ମାନନ୍ଦ ନେଗି, ମିଶନ ଶକ୍ତି ବ୍ଲକ ପ୍ରୋଗ୍ରାମ ଅଫିସର ସୁରେଶ ରାଉତ ପ୍ରମୁଖ ଉପସ୍ଥିତ ରହି କୃଷି ସମବାୟ ସମିତି ସହ ଯୋଡିବା ପାଇଁ ସମ୍ବନ୍ଧ ଆପ ଜରିଆରେ ସଦସ୍ୟତା ଗ୍ରହଣ କରି ବିଭିନ୍ନ ଯୋଜନା ର ଲାଭ ନେବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ରଙ୍ଗୋଲି ରାଷ୍ଟ୍ର ରେ କୃତକାର୍ଯ୍ୟ ହୋଇଥିବା କଳାକାର ଓ ମହିଳା ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ରେ ଲଡୁଗାଁ ପେକ୍ସ ସମ୍ପାଦକ ପଦ୍ମନ ବାଗ, ଡ଼ହଗାଁ ପେକ୍ସ ସମ୍ପାଦକ କ୍ଷମା ପ୍ରସାଦ ବାଗ, କାଶିବାହଲ ପେକ୍ସ ସମ୍ପାଦକ ଯୁଗଳ କିଶୋର ନାଏକ,କୋକସରା ପେକ୍ସ ସମ୍ପାଦକ ଧନଞ୍ଜୟ ବେହେରା ସମେତ ପେକ୍ସ ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ