ଉପାନ୍ତ କୁଟରୁ ଓ ଗିରଲିମାଲ ଗାଁ ରେ ଜିଲ୍ଲା ଉନ୍ନୟନ ଅଧିକାରୀ,ମୌଳିକ ଅଧିକାର ନେଇ ଅଭିଯୋଗରେ କଲେ ଗ୍ରାମବାସୀ।
କଳାହାଣ୍ଡି,୧୬/୧୦
କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାହାଡ଼ ଘେରା ରାଜସ୍ବ ଗ୍ରାମ କୁଟୁରୁ ଗିରଲ୍ଲି ମାଲ ଗାଁ ରେ ଗୁରୁବାର କଳାହାଣ୍ଡି ଜିଲ୍ଲା ପରିଷଦ ଉନ୍ନୟନ ବିଭାଗ (ସିଡିଏ) ଅଧିକାରୀ ଙ୍କ ପାଦ ପଡିଛି।ଏହି ଦୁଇ ଗାଁ ରେ ଆଦିବାସୀ ଜନଜାତି ସମ୍ପ୍ରଦାୟ ର ଲୋକେ ବସବାସ କରୁଥିବା ବେଳେ ଏମାନଙ୍କ ପାଇଁ ଆଜି ମଧ୍ୟ ଗମନାଗମନ ପାଇଁ ରାସ୍ତା, ଆବାସ ଯୋଜନାରେ ଘର,ପାନୀୟ ଜଳ,ଶିକ୍ଷା,ସ୍ଵାସ୍ଥ୍ୟସେବା ଭଳି ମୌଳିକ ଅଧିକାର ଅପହଞ୍ଚ ହୋଇ ରହିଛି। ଦୀର୍ଘ ବର୍ଷ ଧରି ଜଙ୍ଗଲ ମଧ୍ୟରେ ବସତି କରି ରହିଥିବା ବେଳେ ଜଙ୍ଗଲ ଜାତ ଦ୍ରବ୍ଯ ଓ ମକାଚାଷ, ପୋଡୁଚାଷ କରି ଏହି ଆଦିବାସୀ ପରିବାର ଲୋକେ ଜୀବନ ଜୀବିକା ନିର୍ବାହ କରୁଛନ୍ତି। ସ୍ୱାସ୍ଥ୍ୟ ଗତ ସମସ୍ୟା ହେଉ ଅବା ଗର୍ଭବତୀ ମହିଳାଙ୍କ ପ୍ରସବ ହେଉ ଡାକ୍ତରଖାନା ନେବାକୁ ଗାଁ ରୁ ୨ କିମି ରାସ୍ତା ଖଟିଆ କିମ୍ବା ଝୋଲା ରେ ବୋହି ଆଣିବାକୁ ହୁଏ, ତାପରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୁଏ। ସେହିପରି ପାନୀୟ ଜଳ ପାଇଁ ଜଙ୍ଗଲ ର ଝରଣା ପାଣି ଶୋଷ ମେଣ୍ଟାଉଥିବା ବେଳେ ଶିକ୍ଷା ର ଅବସ୍ଥା ସାଙ୍ଘାତିକ। କୁଟରୁ ଗାଁ ରେ ଅଙ୍ଗନବାଡ଼ି କେନ୍ଦ୍ର ଓ ଓ ପ୍ରାଥମିକ ବିଦ୍ୟାଳୟ ରହିଛି। ତେବେ ଏହି ସ୍କୁଲ ଅନ୍ୟ ଗ୍ରାମ ର ପିଲାମାନେ ଜଙ୍ଗଲ ମଧ୍ୟରେ ଗାଁ ରହିଥିବା କାରଣରୁ ଜଙ୍ଗଲ ରେ ବନ୍ୟ ହିଂସ୍ରଜନ୍ତୁଙ୍କ ଭୟ କାରଣରୁ ବାପା ମା ପୁଅଝିଅ ଙ୍କୁ ସ୍କୁଲ ପଠାଇବା ସୁରକ୍ଷିତ ମନେ କରନ୍ତି ନାହିଁ, ଏଣୁ ବଣ ର ମଲ୍ଲି ବଣ ରେ ଫୁଟି ଝାଉଁଳି ଯିବା ଭଳି ଶିକ୍ଷା ଏଠି ଦିଗହରା ପାଲଟିଛି। ସେହିପରି ପିଡ଼ିଏସ ସାମଗ୍ରୀ ଆଣିବାକୁ ୧୮ କିମି ଦୂରରେ ଥିବା ଆମପାଣି ପଞ୍ଚାୟତ ଯିବାକୁ ହୁଏ, ମାଗଣା ପିଡ଼ିଏସ ସାମଗ୍ରୀ ପାଇଁ ଟ୍ରାକ୍ଟର ଭଡା ଦ୍ଵିଗୁଣା ଦେବାକୁ ପଡେ। କେବେ କେବେ ବ୍ଲକ କିମ୍ବା ପଞ୍ଚାୟତ ଅଧିକାରୀ ଙ୍କ ଗାଁ କୁ ପାଦ ପଡେ କିନ୍ତୁ ଆଜି ଜିଲ୍ଲା ପ୍ରଶାସନିକ ଅଧିକାରୀ ଙ୍କ ପାଦ ପଡିବା ପରେ ଆଦିବାସୀ ବନବାସୀ ମାନେ ବିକାଶ ଦୁଆର ମୁହଁରେ ପହଞ୍ଚିବ ବୋଳି ଆଶା ବାନ୍ଧିଛନ୍ତି। ଗୁରୁବାର ଜିଲ୍ଲା ସିଡିଓ ସୌମ୍ୟ ରଞ୍ଜନ ପ୍ରଧାନ, କୋକସରା ବିଡ଼ିଓ ଡ଼. ହିମାଞ୍ଚଲ ମାଝୀ,ସହକାରୀ ଯନ୍ତ୍ରୀ ଏହେମ୍ମଦ ସରିଫ, କନିଷ୍ଠ ଯନ୍ତ୍ରୀ ଶାନ୍ତନୁ ରଣା, ପିଇଓ ଯୁଗେଶ୍ୱର ବେମାଲ, ଯୁବ ସମାଜସେବି ମନୋରଞ୍ଜନ ବାଣୁଆ ପ୍ରମୁଖ ଏହି ଦୁଇ ଗାଁ ରେ ପହଞ୍ଚି ସ୍ଥାନୀୟ ବନବାସୀ ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେମାନଙ୍କୁ କେମିତି ମୌଳିକ ଅଧିକାର ମିଳିବ ଓ ମୁଖ୍ୟସ୍ରୋତ ରେ ଅଣାଯିବ ସେ ନେଇ ସିଡିଓ ଅଧିକାରୀ ବ୍ଲୁ ପ୍ରିଣ୍ଟ କରିବା ସହ ପ୍ରଶାସନିକ ସ୍ତରରେ ଏଭଳି ଗ୍ରାମ କୁ ବିକାଶ ର ନକ୍ସା ରେ ସାମିଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନିକ।ପରିଷଦ ଉନ୍ନୟନ ଅଧିକାରୀ ଙ୍କ ପାଦ ପଡିବା ପରେ ଗ୍ରାମବାସୀ ମାନେ ବିକଶିତ ଧାରା ତ୍ୱରାନ୍ୱିତ ହେବ ବୋଳି ଆଶା ପ୍ରକଟ କରିଛନ୍ତି।

