Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର କଲେଜ୍ ଯୁକ୍ତ୨ କଳାରେ ୭୧% ଓ ଧନ୍ଦା ମୁଳକ ଶିକ୍ଷାରେ ୭୮%ପାସ୍; କାମେଶ୍ କଲେଜ୍ ଟପର୍

ଲକ୍ଷ୍ମୀପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ଯୁକ୍ତ-୨ କଳା ଓ ଧନ୍ଦାମୂଳକ ପରିକ୍ଷା ଫଳ ଗୁରୁବାର ସନ୍ଧ୍ୟାରେ ପ୍ରକାଶ ପାଇଛି।ଲକ୍ଷ୍ମୀପୁର ମହା ବିଦ୍ୟାଳୟର ଯୁକ୍ତ-୨ କଳାରେ ୨୯୪ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇ ଥିବା ବେଳେ ୨୦୯ ଜଣ ପାସ୍ ହୋଇଛନ୍ତି,ପାସ ହାର ୭୧ପ୍ରତିଶତ ରହିଛି।ପାସ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଫାଷ୍ଟ୍ ଡିଭିଜନ୍,୧୮ ଜଣ ସେକେଣ୍ଡ ଡିଭିଜନ୍ ଓ ୧୮୦ ଜଣ ଥାଡ୍ ଡିଭିଜନରେ ପାସ ହୋଇ ଥିବା ଵେଳେ ୮୫ ଜଣ ଛାତ୍ର ଛାତ୍ରୀ ଫେଲ୍ ହୋଇଛନ୍ତି। ମହାବିଦ୍ୟାଳୟ ର ଟପର୍ ଭାବେ କାମେଶ ପ୍ରାସ୍କା ୬ଶହ ରୁ ୪୬୭ ମାର୍କ ରଖିଥିବା ବେଳେ ରଚନା ମାଣ୍ଡିଙ୍ଗା ୪୪୨ ଓ ନବିନ ମାଝି ୪୧୮ ମାର୍କ ରଖି ପ୍ରଥମ ଡିଭିଜନ୍ ରେ ଉତିର୍ଣ ହୋଇଛନ୍ତି।ସେହି ପରି ଧନ୍ଦା ମୂଳକ ଶିକ୍ଷାରେ ୨୩ ଜଣ ପରୀକ୍ଷା ଦେଇ ଥିବାବେଳେ ୧୮ ଜଣ ପାସ ହୋଇଛନ୍ତି,ପାସ ହାର ୭୮ ପ୍ରତିଶତ ହୋଇଛି।ଧନ୍ଦାମୂଳକ ଶିକ୍ଷାରେ ଫାଷ୍ଟ୍ ଡିଭିଜନ୍ ୩ ,ସେକେଣ୍ଡ୍ ଡିଭିଜନ୍ ୧୨ ,ଥାଡ୍ ଡିଭିଜନ୍ ଜଣେ ଓ କମ୍ପୁଟର୍ ଟେକନିକ୍ ରେ ଦୁଇଜଣ ପାସ ହୋଇଥିବା ବେଳେ ୫ ଜଣ ଫେଲ୍ ହୋଇଥିବା ମହା ବିଦ୍ୟାଳୟ ଠାରୁ ସୁଚନା ମିଳିଛି।ଯୁକ୍ତ ଦୁଇ କଳା ରେ ଛାତ୍ରଛାତ୍ରୀ ଙ୍କ ସଫଳତା କୁ ନେଇ କଲେଜ୍ ଅଧ୍ୟକ୍ଷ ଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଖୁସି ବ୍ୟକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ