Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗିର ପାଇଁ ଗର୍ବର ମୁହୂର୍ତ୍ତ: ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଦଳରେ ସ୍ଥାନ ପାଇଲେ ଯୁବ କ୍ରିକେଟର ଓମକାର ମହାନ୍ତି ।

ବଲାଙ୍ଗିର,୧୭।୧୦: ବଲାଙ୍ଗିର ଜିଲ୍ଲାର କ୍ରୀଡ଼ା ଜଗତ ପାଇଁ ଆସିଛି ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ। ଓଡ଼ିଶା କ୍ରିକେଟ ଆସୋସିଏସନ (OCA) ପକ୍ଷରୁ ପ୍ରତିଷ୍ଠିତ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଘୋଷିତ ଓଡ଼ିଶାର ୨୩ ବର୍ଷରୁ କମ୍ (U-23) କ୍ରିକେଟ ଦଳରେ ବଲାଙ୍ଗିରର ଉଦୀୟମାନ କ୍ରିକେଟ ଖେଳାଳି ଓମକାର ମହାନ୍ତି ସ୍ଥାନ ପାଇଛନ୍ତି। ତାଙ୍କର ଏହି ସଫଳତା ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳାଇ ଦେଇଛି।
ଓମକାରଙ୍କ ଏହି ଉପଲବ୍ଧି କେବଳ ତାଙ୍କ ବ୍ୟକ୍ତିଗତ କ୍ରୀଡ଼ା କ୍ୟାରିୟର ପାଇଁ ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ପ୍ରତିଭାମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି। ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଏବଂ କ୍ରିକେଟ ପ୍ରତି ଥିବା ଧ୍ୟାନ ଯୋଗୁଁ ସେ ଆଜି ରାଷ୍ଟ୍ରୀୟ ସ୍ତରର ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି।
ଏହି ଟ୍ରଫି ଅଧୀନରେ ଓଡ଼ିଶା ଦଳର ଆଗାମୀ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଗୁଡ଼ିକ ଅକ୍ଟୋବର ୧୨ ରୁ ୧୫ ତାରିଖରେ ବଲାଙ୍ଗିର ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଓଡ଼ିଶା ଓ ବିହାର ମଧ୍ୟରେ ମୁକାବିଲା। ନିଜ ଜନ୍ମମାଟିରେ ମ୍ୟାଚ୍ ଥିବାରୁ ସ୍ଥାନୀୟ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ଅକ୍ଟୋବର ୧୯ ରୁ ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ବରୋଦା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।
ଓମକାରଙ୍କ ଏହି ସଫଳତା ପାଇଁ ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ, ପ୍ରଶଂସକ ଏବଂ ଜିଲ୍ଲାବାସୀ ତାଙ୍କୁ ହାର୍ଦ୍ଦିକ ଶୁଭେଷା ଜଣାଇବା ସହ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ କାମନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories