Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁ ବିଭାଗ ଚିକିତ୍ସା ଅବହେଳା: ନବଜାତ ଶିଶୁକନ୍ୟା ଓ ମା’ଙ୍କ ମୃତ୍ୟୁ, ଉତ୍ତେଜନା ।

ବଲାଙ୍ଗୀର,୨୨।୧୦: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ବଲାଙ୍ଗୀର ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁ ବିଭାଗରେ ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତି ଓ ତାଙ୍କ ନବଜାତ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ କଣ୍ଟାବାଞ୍ଜି ସହର ଆଶ୍ରମପଡ଼ାର ମଞ୍ଜୁଲତା ବେହେରା।
ସୂଚନା ଅନୁଯାୟୀ, ଗତ ତିନି ଦିନ ତଳେ ପ୍ରସବ ପାଇଁ ମଞ୍ଜୁଲତାଙ୍କୁ କଣ୍ଟାବାଞ୍ଜିରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ଗତକାଲି ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ, ମାତ୍ର ଚିକିତ୍ସା ଅବହେଳା ଯୋଗୁଁ ନବଜାତକ ସହ ମା’ଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମୃତକଙ୍କ ଭାଇ ଲମ୍ବୋଦର ବେହେରା ଓ ଅନ୍ୟ ସମ୍ପର୍କୀୟମାନେ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି ଯେ, ହସ୍ପିଟାଲରେ ଡାକ୍ତର ଓ ନର୍ସମାନେ ଚିକିତ୍ସାରେ ଚରମ ଅବହେଳା ପ୍ରଦର୍ଶନ କରିବା ସହ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲେ। ଏହାସହ ସୁରକ୍ଷା କର୍ମୀମାନେ ପରିବାର ଲୋକଙ୍କୁ ପ୍ରସୂତିଙ୍କୁ ଦେଖା କରିବାକୁ ଦେଇ ନଥିଲେ ଏବଂ ଆବଶ୍ୟକ ସମୟରେ ରକ୍ତ ପ୍ରକ୍ରିୟାକୁ ନେଇ ନାନା ହଇରାଣ ହରକତ କରିଥିଲେ।
ଏହି ଘଟଣାକୁ ନେଇ ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ପକ୍ଷରୁ ଦୋଷୀ ଡାକ୍ତର, ନର୍ସ ଓ ସୁରକ୍ଷା କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ନ୍ୟାୟ ଦାବି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories