Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସକାଳ ସକାଳୁ ଅସହ୍ୟ କଲାଣି ଗୁଳୁଗୁଳି; ଛଟପଟ ହେଉଛନ୍ତି ରାଜ୍ୟବାସୀ

ଭୁବନେଶ୍ବର: ସକାଳ ସକାଳୁ ଅସହ୍ୟ ତାତିକୁ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ବିଶେଷକରି ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେଉଛି। ଉପକୂଳରେ କଲବଲ କରୁଛି ଗୁଳୁଗୁଳି। ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ। ଶୁକ୍ରବାର ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । କେବଳ ଝାରସୁଗୁଡ଼ା ନୁହେଁ, ରାଜ୍ୟର ୧୬ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା ।

ଆଜି ମଧ୍ୟ ପ୍ରବଳ ଗରମ ଅନୁଭୂତ ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ବିଶେଷ କରି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲା ଗୁଡ଼ିକ ପାଇଁ ଅଂଶୁଘାତଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗକୁ ଆହୁରି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ।