Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଷ୍ଟେସନରେ ଅଟକିବ ନାହିଁ କୌଣସି ଟ୍ରେନ, କାରଣ କହିଲା ରେଲଓ୍ଵେ

ବାଲେଶ୍ଵର: ବାହାନଗା ରେଲଓ୍ଵେ ଷ୍ଟେସନରେ ଘଟିଥିବା ଭୟାନକ ସଡ଼କ ଦୁର୍ଘଟଣାରେ ୨୮୮ ଜଣଙ୍କ ପ୍ରାଣହାନୀ ଘଟିଛି। କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର-ହାଓ୍ଵଡ଼ା ଏକ୍ସପ୍ରେସ୍ ଏବଂ ମାଲବାହୀ ଟ୍ରେନ ମଧ୍ୟରେ ଭୀଷଣ ଧକ୍କାରୁ ଏତେ ବଡ଼ ଦୁର୍ଘଟଣା ଘଟି ଯାଇଛି। ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୮୨ ଶବର ଚିହ୍ନଟ ହୋଇ ପାରି ନାହିଁ। ଶବଗୁଡ଼ିକ କ୍ଷତବିକ୍ଷତ ହୋଇଥିବାରୁ ତାହା ଚିହ୍ନଟ କରିବା ମୁସ୍କିଲ ହୋଇ ପଡ଼ିଛି। ଏଥିପାଇଁ ଡିଏନଏ ଟେଷ୍ଟର ସାହାଯ୍ୟ ନିଆଯାଉଛି। ଏହା ମଧ୍ୟରେ ରେଲଓ୍ଵେ ବାହାନଗା ରେଲଓ୍ଵେ ଷ୍ଟେସନକୁ ନେଇ ସଦ୍ୟତମ ସୂଚନା ଜାରି କରିଛି। ବର୍ତ୍ତମାନ ଏହି ଷ୍ଟେସନରେ କୌଣସି ଟ୍ରେନ ଅଟକିବ ନାହିଁ। ରେଲଓ୍ଵେ ଏହା ପଛର କାରଣ ମଧ୍ୟ ଦର୍ଶାଇଛି।

ଦକ୍ଷିଣ ପୂର୍ବ ରେଲଓ୍ଵର ମୁଖ୍ୟ ଜନସଂପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି, ସିବିଆଇ ଲଗ୍ ବୁକ୍, ରିଲେ ଇଣ୍ଟରକଲିଂ ପ୍ୟାନେଲକୁ ଜବତ କରିବା ପରେ ଷ୍ଟେସନକୁ ସିଲ୍ କରିଛି। ଏଥିପାଇଁ ତଦନ୍ତ ନ ସରିବା ଯାଏ ଏଠାରେ କୌଣସି ଟ୍ରେନ ଅଟକିବ ନାହିଁ। ବାହାନଗା ବଜାର ପରି ଛୋଟ ଷ୍ଟେସନଗୁଡ଼ିକରେ ଇଣ୍ଟରଲକିଂ ପ୍ୟାନେଲକୁ ତାର ଭୌଗୋଳିକ ସ୍ଥିତି ଅନୁସାରେ ସିଗନାଲ, ପଏଣ୍ଟ, ଟ୍ରାକ ସର୍କିଟ, କ୍ରାଙ୍କ ହ୍ୟାଣ୍ଡେଲ, ଏଲସି ଗ୍ୟାଟ୍, ସାଇଡିଂ ଆଦି ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଏ।

ଚୌଧୁରୀ କହିଛନ୍ତି, ଇଣ୍ଟରକଲିଂ ପ୍ୟାନେଲକୁ ଷ୍ଟେସନକୁ ସିଲ୍ କରାଯାଇଛି, ଏଥିପାଇଁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କୌଣସି ବି ଯାତ୍ରୀବାହୀ ଟ୍ରେନ କିମ୍ବା ମାଲବାହୀ ଟ୍ରେନ ବାହାନଗା ବଜାରରେ ଅଟକିବ ନାହିଁ। ଦୈନିକ ଆଧାରରେ ବାହାନଗା ରେଲଓ୍ଵେ ଷ୍ଟେସନ ଦେଇ ୧୭୦ ଟ୍ରେନ ଯାତାୟତ କରିଥାନ୍ତି। ଏଥିରୁ ଭଦ୍ରକ-ବାଲେଶ୍ଵର ମେମୁ, ହାଓ୍ଵଡ଼ା ଭଦ୍ରକ ବାଘାଜତିନ ଫାଷ୍ଟ ପାସେଞ୍ଜର, ଖଡ଼ଗପୁର ଖୋର୍ଦ୍ଧା ରୋଡ୍ ଫାଷ୍ଟ ପାସେଞ୍ଜର ସହିତ କେବଳ ୭ଟି ଟ୍ରେନ ପ୍ରତିଦିନ ଏହି ଷ୍ଟେସନରେ ୧ ମିନିଟ୍ ପାଇଁ ଅଟକିଥାଏ। କୌଣସି ବିଶେଷ ଦିନରେ ଏଠାକାର ଆଖପାଖ ୨୫ ଗାଁର ଯାତ୍ରୀ ଟ୍ରେନରେ ଯାତ୍ରା କରିଥାନ୍ତି। ଷ୍ଟେସନରେ ୧୦ରୁ କମ ରେଳ କର୍ମଚାରୀ କାମ କରନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ