Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳିତ ସପ୍ତାହର ରାଶିଫଳ: କିପରି କଟିବ ଚଳିତ ସପ୍ତାହ? ଜାଣନ୍ତୁ ୧୨ ରାଶିଙ୍କ ଭାଗ୍ୟଫଳ ଓ ଗ୍ରହମାନଙ୍କ ସ୍ଥିତି

ଚଳିତ ସପ୍ତାହ ନଭେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଗ୍ରହମାନଙ୍କ ସ୍ଥିତିରେ କିଛି ପରିବର୍ତ୍ତନ ଦେଖାଦେବ। ଏହାର ପ୍ରଭାବରେ କେତେକ ରାଶିଙ୍କ ପାଇଁ ଚାକିରି, ବ୍ୟବସାୟ ଓ ଧନଲାଭର ସୁଯୋଗ ରହିପାରେ। ଆଉ କେତେକ ରାଶିଙ୍କୁ ପାରିବାରିକ ଓ ଆର୍ଥିକ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିପାରେ। ତେବେ ଏହି ସପ୍ତାହରେ କେଉଁ ରାଶିଙ୍କ ଭାଗ୍ୟ ଚମକିବ ଏବଂ କାହା ପାଇଁ ରହିବ ଚ୍ୟାଲେଞ୍ଜ, ଆସନ୍ତୁ ଜାଣିବା।

ଚଳିତ ସପ୍ତାହରେ ଗ୍ରହମାନଙ୍କ ସ୍ଥିତି: ଜ୍ୟୋତିଷ ଗଣନା ଅନୁସାରେ, ଚଳିତ ସପ୍ତାହରେ ସୂର୍ଯ୍ୟ ତୁଳା ରାଶିରେ, ମଙ୍ଗଳ କର୍କଟ ରାଶିରେ ଏବଂ ବୁଧ ବକ୍ରୀ ଅବସ୍ଥାରେ ତୁଳା ରାଶିରେ ରହିବେ। ଗୁରୁ ଅକ୍ଟୋବର ୩୧ରୁ ସିଂହ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ର ମଧ୍ୟ ବକ୍ରୀ ଅବସ୍ଥାରେ ତୁଳା ରାଶିରେ ରହିବେ ଏବଂ ନଭେମ୍ବର ୬ ତାରିଖରେ କନ୍ୟା ରାଶିକୁ ଚଳନ କରିବେ। ସେହିପରି ଶନି ମୀନ ରାଶିରେ ବକ୍ରୀ ଅବସ୍ଥାରେ ରହିବା ବେଳେ ରାହୁ କୁମ୍ଭ ଓ କେତୁ ସିଂହ ରାଶିରେ ଅବସ୍ଥାନ କରିବେ। ଏହାସହ ଚନ୍ଦ୍ର କର୍କଟ, ସିଂହ, କନ୍ୟା ଓ ତୁଳା ରାଶି ଦେଇ ଗତି କରିବେ।

ମେଷ: ମେଷ ରାଶିର ବ୍ୟକ୍ତି ମାନେ ସତର୍କ ରୁହନ୍ତୁ । ଏହି ସପ୍ତାହରେ କର୍ମକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆସିପାରେ। କାମର ଚାପ ବଢ଼ିଲେ ମଧ୍ୟ ଧୈର୍ଯ୍ୟ ରଖନ୍ତୁ। ସପ୍ତାହର ମଧ୍ୟଭାଗରୁ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ପରିବାରରେ ଛୋଟମୋଟ ମତଭେଦ ହୋଇପାରେ।

ବୃଷ: ଏହି ସପ୍ତାହଟି ଆପଣଙ୍କ ପାଇଁ ଭଲ ରହିପାରେ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବାର ଆଶା ରହିଛି। ବ୍ୟବସାୟରେ ଲାଭ ହୋଇପାରେ। ପରିବାରରେ ଖୁସିର ପରିବେଶ ରହିବ। ତେବେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: ଚଳିତ ସପ୍ତାହରେ ଆପଣଙ୍କୁ କାମକାର୍ଯ୍ୟରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ନୂଆ ଯୋଜନା କରିବା ପାଇଁ ସମୟ ଅନୁକୂଳ ରହିପାରେ। ଆର୍ଥିକ କାରବାରରେ ସତର୍କ ରୁହନ୍ତୁ। ପ୍ରେମ ସମ୍ପର୍କରେ ଭଲ ବୁଝାମଣା ରହିବ।

କର୍କଟ: ଏହି ସପ୍ତାହରେ ଆପଣଙ୍କ କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ନିଜ ପରିଶ୍ରମ ଓ ଦକ୍ଷତା ଯୋଗୁଁ ଭଲ ସୁଯୋଗ ମିଳିପାରେ। ଘରୋଇ କାମରେ ବ୍ୟସ୍ତ ରହିବେ। ମାନସିକ ଚାପରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

ସିଂହ: ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଚଳିତ ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ରହିପାରେ। ଗୁରୁଙ୍କ ସ୍ଥିତି ଯୋଗୁଁ ଶିକ୍ଷା, କାର୍ଯ୍ୟକ୍ଷେତ୍ର ଓ ନୂଆ ଯୋଜନାରେ ଆଗକୁ ବଢ଼ିବାର ସୁଯୋଗ ମିଳିପାରେ। ଆର୍ଥିକ ଲାଭର ଆଶା ରହିଛି। ପରିବାର ସହ ସମୟ ବିତାଇବେ।

କନ୍ୟା: ଏହି ସପ୍ତାହରେ ଆପଣଙ୍କୁ କିଛି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ନଭେମ୍ବର ୬ ପରେ ଶୁକ୍ରଙ୍କ ଚଳନ ଯୋଗୁଁ ସମ୍ପର୍କ ଓ ଆର୍ଥିକ ଯୋଜନାରେ କିଛି ପରିବର୍ତ୍ତନ ଆସିପାରେ। ନିଜ ସ୍ୱାସ୍ଥ୍ୟ ଓ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା: ଏହି ସପ୍ତାହରେ ଆପଣଙ୍କ ପାଇଁ ମିଶ୍ରିତ ଫଳ ରହିପାରେ। ଚାକିରି ଓ ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। କିନ୍ତୁ ବୁଧ ଓ ଶୁକ୍ର ବକ୍ରୀ ଥିବାରୁ କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ପୁରୁଣା କାମକୁ ପୁଣି ଥରେ ଯାଞ୍ଚ କରନ୍ତୁ।

ବିଛା: ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ସପ୍ତାହରେ କାମରେ ବ୍ୟସ୍ତତା ବଢ଼ିପାରେ। ଅଟକି ରହିଥିବା କାମ ଧୀରେ ଧୀରେ ଆଗକୁ ବଢ଼ିବ। ଆର୍ଥିକ କାରବାରରେ ସତର୍କ ରହିବା ଭଲ। ପରିବାରର ସହଯୋଗ ମିଳିବ ଏବଂ ସମ୍ପର୍କରେ ଉନ୍ନତି ଆସିପାରେ।

ଧନୁ: ଧନୁ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସପ୍ତାହ ନୂଆ ସୁଯୋଗ ଆଣିପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ କାମରେ ପ୍ରଶଂସା ମିଳିବାର ଆଶା ରହିଛି। ବ୍ୟବସାୟରେ ଲାଭ ହୋଇପାରେ। ବନ୍ଧୁ ଓ ପରିବାରର ସହଯୋଗ ମିଳିବ।

ମକର: ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଫଳ ମିଳିପାରେ। ନୂଆ ଦାୟିତ୍ୱ ମିଳିବା ସହ ଉନ୍ନତିର ସୁଯୋଗ ରହିଛି। ଆର୍ଥିକ ଦିଗରେ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ନ୍ତୁ। ପାରିବାରିକ ଜୀବନ ଭଲ ରହିବ।

କୁମ୍ଭ: ଏହି ସପ୍ତାହରେ ଆପଣଙ୍କୁ କିଛି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ। କାର୍ଯ୍ୟକ୍ଷେତ୍ରରେ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ। ଅଯଥା ଖର୍ଚ୍ଚ ବଢ଼ିପାରେ। ନୂଆ ନିବେଶ କରିବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ।

ମୀନ: ଏହି ସପ୍ତାହରେ ଧୈର୍ଯ୍ୟ ଓ ପରିଶ୍ରମ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଆର୍ଥିକ ଦିଗରେ ଧୀରେ ଧୀରେ ଉନ୍ନତି ହେବାର ଆଶା ରହିଛି। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।

ଏହି ସାପ୍ତାହିକ ରାଶିଫଳ ଜ୍ୟୋତିଷ ଆଧାରିତ ସାଧାରଣ ଆକଳନ। ବ୍ୟକ୍ତିଗତ ଜନ୍ମକୁଣ୍ଡଳୀ ଅନୁସାରେ ଫଳ ଭିନ୍ନ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ