Delhi Green Crackers: ନଭେମ୍ବର ୭ ଓ ୮ରେ ଦିଲ୍ଲୀ-NCRରେ ଗ୍ରୀନ୍ ବାଣ ଫୁଟାଇବା ଉପରେ କଡା ନିର୍ଦ୍ଦେଶ! ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି
ନୂଆଦିଲ୍ଲୀ: ଦୀପାବଳି ଅବସରରେ ଦିଲ୍ଲୀ-NCRରେ ଗ୍ରୀନ୍ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ୨୦୨୬ ନଭେମ୍ବର ୭ ଓ ୮ ତାରିଖରେ କେବଳ ପ୍ରମାଣିତ ଗ୍ରୀନ୍ ବାଣ ଫୁଟାଇହେବ। ଏଥିପାଇଁ କୋର୍ଟ ଦୁଇଟି ସମୟ ଧାର୍ଯ୍ୟ କରିଛନ୍ତି। ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ରହିଛି।
ଏହାସହ ହସ୍ପିଟାଲ, ନର୍ସିଂ ହୋମ୍, ସ୍ୱାସ୍ଥ୍ୟ କେନ୍ଦ୍ର, ବୃଦ୍ଧାଶ୍ରମ ଏବଂ ଘୋଷିତ ନିରବ ଅଞ୍ଚଳର ୩୦୦ ମିଟର ପରିସରରେ ବାଣ ଫୁଟାଇବା ଉପରେ କଟକଣା ଲାଗିଛି। ଏହି ନିୟମ ଅନୁସାରେ, ଉକ୍ତ ସ୍ଥାନଗୁଡ଼ିକ ନିକଟରେ ବାଣ ଫୁଟାଇବାକୁ ଅନୁମତି ମିଳିବ ନାହିଁ।
ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ବାଣ ଫୁଟାଇବା ନିଷିଦ୍ଧ ଅଞ୍ଚଳ ଭାବେ ଚିହ୍ନଟ କରାଯିବ। ତେଣୁ ଦିଲ୍ଲୀ-NCRରେ ବାଣ ଫୁଟାଇବାକୁ ଇଚ୍ଛୁକ ଲୋକେ ନିର୍ଦ୍ଦିଷ୍ଟ ସମୟ ଓ ସ୍ଥାନ ସମ୍ପର୍କିତ କଟକଣା ପାଳନ କରିବାକୁ ପଡ଼ିବ।

