Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟରେ ସରକାରୀ କର୍ମଚାରୀ ଅବହେଳା କରୁଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରା. ପ. ରେ ତାଲା ପକାଇଲେ ଗ୍ରାମବାସୀ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କିନାଲୋଇ ପଂଚାୟତ ରେ ସରକାରୀ କର୍ମଚାରୀ ଅବହେଳା କରୁଥିବାରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇଛନ୍ତି ଗ୍ରାମବାସୀ। ରେଙ୍ଗାଲି ବ୍ଲକ କିନାଲୋଇ ପଞ୍ଚାୟତ ମାଣିକମୁଣ୍ଡା ଗ୍ରାମବାସୀ ନେଇଛନ୍ତି ଏକ ଦୃଢ ନିଷ୍ପତି ତାଙ୍କ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟରେ ଅବହେଳା କରିଆସୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଗ୍ରା. ପ. ରେ ତାରିଖ 10/6/23 ଦିନ ସମସ୍ତ ଗ୍ରାମବାସୀ ଆସି ତାଲା ପକାଇଛନ୍ତି। ଗ୍ରାମବାସୀ ଙ୍କ ଦାବି ଗୁଡିକ ହେଲା 1-ଗ୍ରାମବାସୀ କାର୍ଯ୍ୟକରିଥିବା ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ମାଣିକମୁଣ୍ଡା କଟାର ଉନ୍ନତି କରଣ ପାଉଣା ଦେବାରେ ଅବହେଳା 2-ମାଣିକମୁଣ୍ଡା ବଡ଼ କଟରେ ମଞ୍ଜୁର ହୋଇଥିବା ପାଚେରୀ ନିର୍ମାଣରେ ଅବହେଳା 3- ମୁଖ୍ୟମନ୍ତ୍ରୀ ଅଭିୟୋଗ cmo-2022120732 ର କାର୍ଯ୍ୟକୁ କରିବାରେ ଅବହେଳା 4-ଦୀର୍ଘଦିନରୁ ଗ୍ରାମବାସୀ ଗାଧୁଆ ବନ୍ଧ ଭାବରେ ବ୍ୟବହାର କରୁଥୁବା ବନ୍ଧକୁ ଗ୍ରାମବାସୀଙ୍କ ଅଜ୍ଞାତରେ ନିଲାମ କରେଇବl l ସୂଚନା ଅନୁସାରେ ଗ୍ରାମବାସୀ ବିହିତ ପଦକ୍ଷେପ ପାଇଁ ଜିଲ୍ଲାପାଳ ଙ୍କୁ ଅଭିୟୋଗ କରିଥିବା ସହିତ ଜଣ ଶୁଣାଣୀ ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ୍ୟ ଅଭିୟୋଗ କରିଥିଲେ କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା ତେଣୁ ଗତ ତା 4/6/2023 ଦିନ 5 ଦିନ ମଧ୍ୟ୍ୟରେ ବିହିତ ପଦକ୍ଷେପ ନେବା ପାଇଁ ପ୍ରଶାସନ କୁ ଟ୍ୱିଟର ମାଧ୍ୟ୍ୟମରେ ଜିଲ୍ଲାପାଳ, ବିଡ଼ିଓ, ସରପଞ୍ଚ, ମୁଖ୍ୟ ଶାସନ ସଚିବ,5ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଥିଲା ଏବଂ ସମାଧାନ ନ କଲେ ଗ୍ରା.ପ.ରେ ତାଲା ଦେବାକୁ ତାଗିତ କରାଯାଇଥିଲା l 5ଦିନ ମଧ୍ୟରେ କୌଣସି ଫଳାଫଳ ନ ମିଳିବାରୁ ତା 9/6/23 ଦିନ ସନ୍ଧ୍ୟାରେ ଗ୍ରାମବାସୀ ବୈଠକ ବସି ମାନନୀୟ ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ ଙ୍କୁ ଦରଖାସ୍ତ ଲେଖିଲେ ଯେଉଁଥିରେ ଉଲ୍ଲେଖ ଅଛି ଗ୍ରାମବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାର, ମୁଖ୍ୟ ଶାସନ ସଚିବ ତଥା 5ଟି ସଚିବଙ୍କ ଡିଜିଟାଲ ସେବାରେ ଗ୍ରାମବାସୀ ଅତ୍ୟନ୍ତ ଖୁସି ଅଟନ୍ତି ଓ ନିଜର ଗହଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ 5ଟି ସଚିବ ଥିବାର ଗ୍ରାମବାସୀ ଅନୁଭବ କରିଆସୁଛନ୍ତି l କିନ୍ତୁ ଏପରି କେତେକ କର୍ମଚାରୀ ଅଛନ୍ତି ଯେଉଁ ମାନେ ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟରେ ଅବହେଳା କରି ସରକାରଙ୍କ ପ୍ରତି ଘୃଣାଭାବ ଉତ୍ପନ୍ନ କରିବାକୁ ଚେଷ୍ଟା କରୁଅଛନ୍ତି l ତେଣୁ ଏହି ବିଷୟ କୁ ଗୁରୁତ୍ୱ ଦେଇ ସରକାରଙ୍କ ପ୍ରତି ଥିବା ଗ୍ରାମବାସୀଙ୍କର ଆଶା, ଆକାଂକ୍ଷା, ଆଦର, ସମ୍ମାନ କୁ ଚିରସ୍ଥାୟୀ କରି ଅବହେଳା କରୁଥିବା କର୍ମଚାରୀ ଙ୍କ ପାଇଁ ତା 10/6/2023 ଶନିବାର ଦିନ ଗ୍ରା.ପ. ରେ ଗ୍ରାମବାସୀ ତାଲା ପକାଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଅନୁରୋଧ କରି ଟ୍ୱିଟ କରି ଅଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ