Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gurugram Hotel Death: ହୋଟେଲର ଜାକୁଜିରୁ ମିଳିଲା UKରେ କାମ କରୁଥିବା ଭାରତୀୟ ସଫ୍ଟୱେର ଇଞ୍ଜିନିୟରଙ୍କ ମୃତଦେହ

ନୂଆଦିଲ୍ଲୀ: ଗୁରୁଗ୍ରାମ ସେକ୍ଟର-୫୩ର ଏକ ହୋଟେଲରେ ସନ୍ଦେହଜନକ ପରିସ୍ଥିତିରେ ୩୫ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ପ୍ରାଞ୍ଜିଲ ପାଠକଙ୍କ ମୃତଦେହ ମିଳିଛି। ସେ ବ୍ରିଟେନର ମାଞ୍ଚେଷ୍ଟରରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ। ତାଙ୍କ ଘର ଉତ୍ତରପ୍ରଦେଶର ଆଗ୍ରାରେ। ହୋଟେଲର ଜାକୁଜି ଭିତରୁ ତାଙ୍କୁ ଅଚେତ ଅବସ୍ଥାରେ ଠାବ କରାଯାଇଥିଲା।

ସୂଚନା ଅନୁସାରେ, ଋଷିକେଶରୁ ଛୁଟି କାଟି ଫେରିବା ପରେ ପ୍ରାଞ୍ଜିଲ ହୋଟେଲରେ ରାତି ରହିବା ପାଇଁ ଏକ କୋଠରୀ ବୁକ୍ କରିଥିଲେ। ସୋମବାର ରାତିରେ ହୋଟେଲ କର୍ମଚାରୀ କୋଠରୀର ଦ୍ୱାର ଖୋଲି ଦେଖିବା ପରେ ସେ ଜାକୁଜିରେ ଅଚେତ ଅବସ୍ଥାରେ ଥିବା ଜଣାପଡ଼ିଥିଲା। ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରେ ପୁଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି। ପ୍ରାଥମିକ ତଦନ୍ତରେ କୋଠରୀ ଭିତରକୁ କୌଣସି ବାହାର ବ୍ୟକ୍ତି ପ୍ରବେଶ କରିଥିବାର ସୂଚନା ମିଳିନାହିଁ। ହୃଦ୍‌ଘାତ, ଗୋଡ଼ ଖସିଯିବା କିମ୍ବା ଶ୍ୱାସରୁଦ୍ଧ ହେବା ଭଳି ସମସ୍ତ ସମ୍ଭାବ୍ୟ କାରଣକୁ ନେଇ ପୁଲିସ ତଦନ୍ତ କରୁଛି। ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories