Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାଭାରତ ପଡ଼ିଆ ଠାରେ କୋକସରା ବ୍ଲକ ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀ ର କର୍ମକର୍ତ୍ତା ଚୟନ

କୋକସରା: କୋକସରା ବ୍ଲକ ମହିମା ପଞ୍ଚାୟତ ମହାଭାରତ ପଡ଼ିଆ ଠାରେ ଶନିବାର କୋକସରା ବ୍ଲକ ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀ କର୍ମକର୍ତ୍ତା ସଙ୍ଘ ଚୟନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶ୍ରୀକୃଷ୍ଣ ଙ୍କ ପୂଜାର୍ଚ୍ଚନା ପରେ ଉପସ୍ଥିତ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଯୋଗଦେଇଥିବା କର୍ମକର୍ତ୍ତା ମାନେ ନିଜ ନିଜ ର ମତ ଉପସ୍ଥାପନ କରିବା ସହ ସଂକୀର୍ତ୍ତନ ମଣ୍ଡଳୀ ସଙ୍ଘ ଆଗକୁ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ମତ ଦେଇଥିଲେ। ଜିଲ୍ଲା ଜଗନ୍ନାଥ ଚେତନା ସଭାପତି ଦୁଷ୍ମନ୍ତ କୁମାର ପୁରୋହିତ ଙ୍କ ଅଧ୍ୟକ୍ଷତାରେ ସର୍ଵ ସମ୍ମତିକ୍ରମେ କୋକସରା ବ୍ଲକ ସଂକୀର୍ତ୍ତନ ସଙ୍ଘ ର ସଭାପତି ଭାବେ ସୁଶିଳ କୁମାର ପଣ୍ଡା, ଉପ ସଭାପତି ସୁନିଲ ପୁରୋହିତ,କାର୍ଯ୍ୟକାରୀ ସଭାପତି ଦୟାନିଧି ଭାଟି, ସମ୍ପାଦକ ବିଜୟ କୁମାର ପଣ୍ଡା,ସାଙ୍ଗଠାନିକ ସମ୍ପାଦକ ପଞ୍ଚକ ପୋଢ଼, କୋଷାଧ୍ୟକ୍ଷ ଗଜିନ୍ଦ୍ର ନାଗ, ଘନଶ୍ୟାମ ନାଏକ, ଯୁଗଳ କିଶୋର ବାଗ,ଲକ୍ଷ୍ମୀ ନାରାୟଣ ପଣ୍ଡା, ସାଧୁ ବେମାଲ, ସୁରେଶ କୁମାର ହଂସ ଅର୍ଜୁନ ଭାଟି ସମେତ ବିଭିନ୍ନ ପଞ୍ଚାୟତ ରୁ ପ୍ରାୟ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।