Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଳୁତାପଡା ସରପଞ୍ଚଙ୍କ ଘରେ ଥିବା କାର୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଜାରୀ ।।

ବଲାଙ୍ଗୀର,୭।୧୧: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ କୁଳୁତାପଡା ସରପଞ୍ଚ ଦୁଷ୍ମନ୍ତ ସାହୁଙ୍କ ଘରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ପରିସରରେ ରଖାଯାଇଥିବା ଏକ କାର୍‌ରେ ହଠାତ୍ ନିଆଁ ଲଗାଇ ଫେରାର ହୋଇଯାଇଥିଲେ।
ରାତି ଅନ୍ଧାରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଗାଡ଼ିଟିର କିଛି ଅଂଶ ପୋଡ଼ି କ୍ଷତିଗ୍ରସ୍ତ ହୋଇଛି। ତେବେ କେଉଁ କାରଣରୁ ଏବଂ କାହା ଉଦ୍ଦେଶ୍ୟରେ ଏଭଳି ଜଳାପୋଡ଼ା କାଣ୍ଡ ଘଟାଯାଇଛି, ସେ ସମ୍ପର୍ଣ୍ଣ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।
ଏହି ଘଟଣାକୁ ନେଇ ପୀଡ଼ିତ ପକ୍ଷରୁ ତୁଷୁରା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories