Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

US Soldier Arrested: ରୁଷ ପାଇଁ ଗୁପ୍ତଚରୀ କରିବା ଅଭିଯୋଗରେ ବ୍ରିଟେନରେ ଆମେରିକୀୟ ସେନା ଅଧିକାରୀ ଗିରଫ!

ଲଣ୍ଡନ: ରୁଷ ପାଇଁ ଗୁପ୍ତଚରୀ କରିବା ଏବଂ ବ୍ରିଟେନର ଜାତୀୟ ସୁରକ୍ଷାକୁ ବିପଦରେ ପକାଇବା ଅଭିଯୋଗରେ ଜଣେ ୪୧ ବର୍ଷୀୟ ଆମେରିକୀୟ ସେନା ଅଧିକାରୀଙ୍କୁ ବ୍ରିଟେନରେ ଗିରଫ କରାଯାଇଛି। ଲଣ୍ଡନର କାଉଣ୍ଟର ଟେରୋରିଜମ୍ ପୁଲିସ, ଆମେରିକାର FBI ଏବଂ ସେନାର କାଉଣ୍ଟର ଇଣ୍ଟେଲିଜେନ୍ସ ଟିମ୍ ମିଳିତ ଭାବେ ଗ୍ଲୋସେଷ୍ଟରଶାୟାର ଅଞ୍ଚଳରେ ଚଢ଼ାଉ କରି ତାଙ୍କୁ ଅଟକ ରଖିଥିଲେ। ଅଭିଯୁକ୍ତ ଅଧିକାରୀ ନାଟୋର ଆଲାଏଡ୍ ରାପିଡ୍ ରିଆକ୍ସନ୍ କର୍ପସରେ ନିୟୋଜିତ ଥିଲେ।

ଗିରଫ ପରେ ପୁଲିସ ଗ୍ଲୋସେଷ୍ଟରଶାୟାରର ଦୁଇଟି ସ୍ଥାନରେ ତଦନ୍ତ କରିଛି। ଅଭିଯୁକ୍ତଙ୍କୁ ଲଣ୍ଡନର ଏକ ପୁଲିସ ଷ୍ଟେସନରେ ପଚରାଉଚରା କରାଯାଉଛି। ବ୍ରିଟେନର ଜାତୀୟ ସୁରକ୍ଷା ଆଇନ, ୨୦୨୩ର ଧାରା ୧ ଓ ୩ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିଦେଶୀ ଶକ୍ତି ପାଇଁ ଗୋପନୀୟ ସାମରିକ ତଥ୍ୟ ଚୋରି କିମ୍ବା ପ୍ରକାଶ କରିବା ଏବଂ ରୁଷର ଗୁପ୍ତଚର ସଂସ୍ଥାକୁ ସହଯୋଗ କରିବା ଭଳି ଅଭିଯୋଗ ଏହି ଧାରାରେ ରହିଛି।

ଆମେରିକା ସେନାର କାଉଣ୍ଟର ଇଣ୍ଟେଲିଜେନ୍ସ କମାଣ୍ଡର ମୁଖ୍ୟ ବ୍ରିଗେଡିୟର ଜେନେରାଲ ସିଆନ ଷ୍ଟିଞ୍ଚନ ଏହି ଘଟଣାକୁ ଆଭ୍ୟନ୍ତରୀଣ ସୁରକ୍ଷା ବିପଦର ଉଦାହରଣ ବୋଲି କହିଛନ୍ତି। ସେହିପରି FBI ନିର୍ଦ୍ଦେଶକ କାଶ ପଟେଲ ମିଳିତ ଅଭିଯାନକୁ ପ୍ରଶଂସା କରିଛନ୍ତି। ତେବେ ବ୍ରିଟିଶ ପୁଲିସ ସ୍ପଷ୍ଟ କରିଛି ଯେ, ଏହା ଏକ ସ୍ୱତନ୍ତ୍ର ତଦନ୍ତ ଏବଂ RAF ଫେୟାରଫୋର୍ଡ ସହ ଜଡ଼ିତ ଅନ୍ୟ ମାମଲାଗୁଡ଼ିକ ସହ ଏହାର ସିଧାସଳଖ ସମ୍ପର୍କ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories