Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Sundargarh Woman Death: ଭଡ଼ା ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ଡେଙ୍ଗିବାଡ଼ି ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବତୀ ଜଣକ ଝାରସୁଗୁଡ଼ା ଜିଲ୍ଲା କଣ୍ଟାପାଲି ଅଞ୍ଚଳର ପୁଷ୍ପା ଖଡ଼ିଆ ବୋଲି ଜଣାପଡ଼ିଛି। ସେ ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ଏହି ଭଡ଼ା ଘରେ ଜଣେ ଯୁବକଙ୍କ ସହ ରହୁଥିଲେ।

ସୂଚନା ଅନୁସାରେ, ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀମାନଙ୍କର ସନ୍ଦେହ ହୋଇଥିଲା। ଏନେଇ ସେମାନେ ପୋଲିସକୁ ଖବର ଦେବା ପରେ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅନ୍ୟପଟେ ପୁଷ୍ପାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଅଭିଯୋଗ ଆଣିଛନ୍ତି।

ତେବେ ପୁଷ୍ପାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ଏବଂ ଏହା ପଛରେ କାହାର ଭୂମିକା ରହିଛି, ତାହା ଏବେ ସ୍ପଷ୍ଟ ହୋଇନାହିଁ। ତାଙ୍କ ସହ ରହୁଥିବା ଯୁବକଙ୍କ ଭୂମିକା ସମେତ ସମସ୍ତ ଦିଗକୁ ପୋଲିସ ତଦନ୍ତ କରୁଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories