Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kedarnath Temple: ଶୀତକାଳ ପାଇଁ ବନ୍ଦ ହେଲା କେଦାରନାଥ ଧାମର ଦ୍ୱାର, ଏବେ ଊଖୀମଠରେ ହେବ ବାବାଙ୍କ ପୂଜା

ଉତ୍ତରାଖଣ୍ଡ: ଶୀତକାଳ ପାଇଁ ବନ୍ଦ ହୋଇଛି ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ଧାମର ଦ୍ୱାର । ଦ୍ୱାର ବନ୍ଦ ହେବା ପରେ ବାବା କେଦାରଙ୍କ ପଞ୍ଚମୁଖୀ ଚଳ ବିଗ୍ରହ ଡୋଲିକୁ ମନ୍ଦିରରୁ ଊଖୀମଠ ଅଭିମୁଖେ ନିଆଯାଉଛି। ଏହା ସହ ଚଳିତ ବର୍ଷର ଯାତ୍ରା ଋତୁର ସମୟ ସମାପ୍ତ ହୋଇଛି |

ଆସନ୍ତା ୬ ମାସ ପର୍ଯ୍ୟନ୍ତ ଊଖୀମଠସ୍ଥିତ ଓଁକାରେଶ୍ୱର ମନ୍ଦିରରେ ବାବା କେଦାରଙ୍କ ପୂଜାର୍ଚ୍ଚନା କରାଯିବ। ଶୀତଦିନେ ପ୍ରବଳ ତୁଷାରପାତ ଓ ଅତ୍ୟଧିକ ଥଣ୍ଡା ଯୋଗୁଁ କେଦାରନାଥ ଧାମରେ ନିୟମିତ ପୂଜା କରିବା ସମ୍ଭବ ହୋଇନଥାଏ। ତେଣୁ ପାରମ୍ପରିକ ରୀତିନୀତି ଅନୁସାରେ ବାବାଙ୍କ ଚଳ ବିଗ୍ରହକୁ ଶୀତକାଳୀନ ଗଦ୍ଦିସ୍ଥଳକୁ ନିଆଯାଏ।

ଏହି ସମୟରେ ମଧ୍ୟ ଶ୍ରଦ୍ଧାଳୁମାନେ ଊଖୀମଠର ଓଁକାରେଶ୍ୱର ମନ୍ଦିରରେ ବାବା କେଦାରଙ୍କ ଦର୍ଶନ କରିପାରିବେ। ଶୀତକାଳୀନ ପୂଜା ପରେ ଆସନ୍ତା ବର୍ଷ ପୁଣି ନିର୍ଦ୍ଧାରିତ ତିଥିରେ କେଦାରନାଥ ଧାମର ଦ୍ୱାର ଖୋଲାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories