Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ, ପୋଲିସ ର ତଦନ୍ତ ଜାରି

କୋକସରା:୧୨/୦୬ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ, କୋକସରା ଥାନା ଅନ୍ତର୍ଗତ ଚାରବାହାଲ ପଞ୍ଚାୟତ ଘୁମରଗୁଡା ଗ୍ରାମର ଭୁବନେ ଘି ଙ୍କ ପୁଅ ଖଗେଶ୍ବର ଘି (୨୫) ରବିବାର ଘରୁ ବାହାରି ନିଜ ଚାଷଜମି ନିକଟରେ ଥିବା ଏକ ଗଛ ରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପରିବାର ପକ୍ଷରୁ ଖୋଜାଖୋଜି କରିବା ପରେ ସୋମବାର ସକାଳେ ଯୁବକ ଙ୍କ ଝୁଲନ୍ତା ଶବ ଠାବ ହେବାପରେ ମୋଟେର ଫାଣ୍ଡି ପୋଲିସ କୁ ଖବର ଦେଇଥିଲେ। ଫାଣ୍ଡି ପୋଲିସ ପହଞ୍ଚି ମୃତକ ଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି।ତେବେ ମୃତ୍ୟୁ ର ସଠିକ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଳି ମୋଟେର ଫାଣ୍ଡି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ