Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିଶୁ ସୁରକ୍ଷା କମିଟି ର ଅଧ୍ୟକ୍ଷ ହେଲେ ଆଇନଜୀବି ସଙ୍କର୍ଷଣ ପଣ୍ଡା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇନଜୀବି ଶଙ୍କର୍ଷଣ ପଣ୍ଡା । ସୁବର୍ଣ୍ଣପୁର ଜିଲ୍ଲା ଅତିରିକ୍ତ ଶିଶୁ ସୁରକ୍ଷା କମିଟିର ଭାରପ୍ରାପ୍ତ ଅଧ୍ୟକ୍ଷ ଲମ୍ବୋଦର ଦୀପଙ୍କ ଠାରୁ ସେ ଏହି ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶଙ୍କର୍ଷଣ ପଣ୍ଡା ବୀରମହାରାଜପୁରର ଓକିଲ ସଙ୍ଘର ଜଣେ ବରିଷ୍ଠ ଆଇନଜୀବି ଭାବରେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ସମ୍ବଲପୁର ଏଲ ଆର୍ ଲ କଲେଜ୍ ରେ ଅତିଥି ଅଧ୍ୟାପକ ଭାବରେ ୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି । ଦାୟୀତ୍ବ ନେବାପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ମାନଙ୍କୁ ରଖାଯାଉଥିବା କେବଳ ଗୋଟିଏ ମାତ୍ର ଅନୁଷ୍ଠାନ ରହିଛି । ଏଥିରେ ୫୦ ଜଣ ଶିଶୁ ରହିବ ବ୍ୟବସ୍ଥା ରହିଛି । ଏହାକୁ ବୃଦ୍ଧି କରିବା ସହିତ ଜିଲ୍ଲାରେ ଶିଶୁ ଶ୍ରମିକ ହଟାଇବା ସହିତ ବାଲ୍ୟ ବିବାହ ଓ ଶିଶୁ ମାନଙ୍କ ଶିକ୍ଷା ,ଅପପୃଷ୍ଟିରୁ କିପରି ରକ୍ଷା କରାଯାଇ ପାରିବ ଓ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି । ତାଙ୍କର ଏହି ଦାୟିତ୍ୱ ନେବାପରେ ବୀରମହାରାଜପୁରର ଓକିଲ ସଂଘର ସଭାପତି ରାଧାକାନ୍ତ ମହାକୁର, ସମ୍ପାଦକ ଉମା ଶଙ୍କର ପଣ୍ଡା, ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ସପ୍ତଦ୍ୱୀପା ସାହିତ୍ୟ ସଂସଦ ର ସଭାପତି ଦ୍ବିତୀ କୃଷ୍ଣ ପଣ୍ଡା, ଯୁଗଳ କିଶୋର ମିଶ୍ର ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l