ଓଡିଶା ମୋଟେର ଚାଳକ ସଙ୍ଘ ପକ୍ଷରୁ ଆମପାଣି ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ସୋମବାର ଓଡିଶା ମୋଟେର ଚାଳକ ସଙ୍ଘ ପକ୍ଷରୁ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ କୁ ଆମପାଣି ମୋଟର ଚାଳକ ସଙ୍ଘ ର ସଦସ୍ୟ ଭବାନୀ ଶଙ୍କର ପୁରୋହିତ ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମୋଟର ଚାଳକ ସଙ୍ଘ ର ସମ୍ପାଦକ ଗୁରୁପ୍ରସାଦ ପଣ୍ଡା, ରାଜ୍ୟ ମୋଟର ସଙ୍ଘ ର ପରିଚାଳନା ସଦସ୍ୟ କୈବର୍ତ୍ତ ହରିଜନ, ନବରଙ୍ଗପୁର ଜିଲ୍ଲା ମୈଦଲପୁର ସମ୍ପାଦକ ସୁଶାନ୍ତ ରାଓ, ଦେବରାଜ ଭାଇ, ରମେଶ ଭାଇ ପ୍ରମୁଖ ଯୋଗଦେଇ ମୋଟର ଚାଳକ ସଂଘ ର ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟ ରେ ମତ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ରେ ଆମପାଣି ପଞ୍ଚାୟତ ଅଞ୍ଚଳ ର ମୋଟର ଚାଳକ ସଂଘ ର ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।