ଜୁଲାଇ ୧୨ ରୁ ୧୯ ମଧ୍ୟରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୩; ଜୋରଦାର ଚାଲିଛି ପ୍ରସ୍ତୁତି


ନୂଆଦିଲ୍ଲୀ: ଜୁଲାଇ ୧୨ ରୁ ୧୯ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରଯାନ-୩କୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଏ ନେଇ ଚୂଡାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ଚାଲିଛି। ତେବେ ଇସ୍ରୋ ଚେୟାରମ୍ୟାନ୍ ଏସ୍ ସୋମନାଥ ସୋମବାର କହିଛନ୍ତି ଯେ ଯଦି ସମସ୍ତ ପରୀକ୍ଷା ସଫଳ ହୁଏ ତେବେ ଜୁଲାଇ ୧୨ ରୁ ୧୯ ମଧ୍ୟରେ ଚନ୍ଦ୍ର ପୃଷ୍ଠକୁ ଛଡାଯିବ ‘ଚନ୍ଦ୍ରଯାନ-୩।

କୋଟ୍ଟାୟମରେ ସୋମବାର ଏକ କାର୍ଯ୍ୟକ୍ରମରେ ଏସ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରର ଲଞ୍ଚ୍‌ ପ୍ୟାଡ୍‌ରେ ପହଞ୍ଚି ସାରିଛି। ଚଳିତ ମାସ ଶେଷ ସୁଦ୍ଧା‌ ସମସ୍ତ ପ୍ରସ୍ତୁତି ଶେଷ ହୋଇଯିବ। ସେହିପରି ଚନ୍ଦ୍ରଯାନ-୩ ଲଞ୍ଚ୍‌ କରିବା ପାଇଁ ବ୍ୟବହାର ହେବାକୁ ଥିବା ରକେଟ୍‌ ଏଲଭିଏମ୍‌-୩ ର ମଧ୍ୟ ପ୍ରସ୍ତୁତି ଚାଲିଛି।