Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାଡୁ କରି ପ୍ରତିବାଦ କଲେ କୋକସରା ବ୍ଲକ ଆନ୍ଦୋଳନ ରତ ଅମଲା କର୍ମଚାରୀ

କୋକସରା: ୧୨/୦୬ ରାଜ୍ୟ ସଙ୍ଘ ର ଡାକରା ରେ ଆଜିକୁ ୧୩ ଦିନ ହେବ ଆନ୍ଦୋଳନ ରେ ଅମଲା କର୍ମଚାରୀ ଙ୍କ ସମୁହ ଛୁଟି ଆନ୍ଦୋଳନ ଜାରି ରହିଛି। ମଙ୍ଗଳବାର ୧୩ ଦିନ ରେ ଆନ୍ଦୋଳନ ପହଞ୍ଚିଥିବା ବେଳେ ରାଜ୍ୟ ସରକାର ଅମଲା କର୍ମଚାରୀ ଙ୍କ ଦାବି କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି। ଅମଲା କର୍ମଚାରୀ ଙ୍କ ଗୋଟିଏ ମାତ୍ର ପ୍ରମୁଖ ଦାବି ରହିଛି ସ୍ନାତକ ଶିକ୍ଷା ଗତ ଯୋଗ୍ୟତା ଭିତ୍ତି ରେ କନିଷ୍ଠ ସହାୟକ ଙ୍କ ଦରମା ଗ୍ରେଡ ୪ ରୁ ଗ୍ରେଡ ୯ କୁ ବୃଦ୍ଧି ପାଇଁ ଆନ୍ଦୋଳନ ଜାରି ରହିଛି।ଅମଲା କର୍ମଚାରୀ ଙ୍କ ଛୁଟି ରେ ରହିବା ଫଳରେ ବିଭିନ୍ନ କାର୍ଯ୍ୟାଳୟ ରେ ଉନ୍ନୟନ କାର୍ଯ୍ୟ ଠପ ହୋଇପଡ଼ିଛି। ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ସାଧାରଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଗକୁ ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ଙ୍କୁ ସାର୍ଟିଫିକେଟ ନ ମିଳିବା ରୁ ଅନେକ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ଆଗକୁ ରଥଯାତ୍ରା ଆସୁଥିବା ବେଳେ ବିଭିନ୍ନ ବିଭାଗୀୟ ଉନ୍ନୟନ କାର୍ଯ୍ୟ ର ବିଲ ନ ନେବାରୁ ଜନସାଧାରଣ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। କୋକସରା ବ୍ଲକ ଅମଲା କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଥିବା ବେଳେ ମଙ୍ଗଳବାର କର୍ମଚାରୀ ମାନେ ଅଭିନବ ଢଙ୍ଗ ରେ ପ୍ରତିବାଦ କରିଛନ୍ତି।ହାତରେ ଝାଡୁ ଧରି ଜଗନ୍ନାଥ ମନ୍ଦିର ଓ ଶିଵ ମନ୍ଦିର ପରିସର ରେ ସଫେଇ କରୁଥିବା ଦେଖିବାକୁ ମିଳିଛି। ସରକାର ଦାବି ପୁରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଳି ସଙ୍ଘ ର କର୍ମକର୍ତ୍ତା ମାନେ କହିଛନ୍ତି। ଆନ୍ଦୋଳନ ରେ କୋକସରା ବ୍ଲକ ର ଶିକ୍ଷା ବିଭାଗ, ବ୍ଲକ ଓ ତହସିଲ କାର୍ଯ୍ୟାଳୟ ର ଅଚ୍ୟୁତାନନ୍ଦ ନାଗ, ମିହିର କୁମାର ବେହେରା, ରାଜୀବ କୁମାର ନାଏକ, ସୁନ୍ଦର ନାଏକ, ରୂପଚନ ପାତ୍ର, ଶେଷଦେବ ସିଂ, ଯୁଧିଷ୍ଠିର କର, ଉପେନ୍ଦ୍ର ନାଏକ, ଶୁଭେନ୍ଦୁ ରାଉତ,ବୃଷଭ ନାଏକ, ବୈକୁଣ୍ଠ ବାଗ,ବିଜୟ କୁମାର ବେହେରା,ଅମୀୟ କୁମାର ପ୍ରଧାନୀ ପ୍ରମୁଖ କର୍ମଚାରୀ ମାନେ ସାମିଲ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ