Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୁତିଆପାଲି କଲେଜ ନିକଟରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବୀରମହାରାଜପୁର -ଅମରପାଲି ରାସ୍ତା ର ଭୁତିଆପାଲି କଲେଜ ସମ୍ମୁଖରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ ଗୋଘାଟ ଗ୍ରାମର ହାରାଧନ ପଧାନ ଙ୍କ ପୁଅ ସୁବାଶ ପଧାନ (୩୫) ବୋଲୋ ଜଣା ପଡିଛି। ମୃତ ଯୁବକ ଜଣକ ତାଙ୍କ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ଙ୍କ ସହିତ ବୀରମହାରାଜପୁର ଅଞ୍ଚଳ କୁ ଏକ ବିବାହ କାର୍ଯ୍ୟରେ ଯୋଗଦେବା କୁ ଯାଇ ଫେରୁଥିବା ସମୟରେ ଭୁତିଆପାଲି କଲେଜ ନିକଟରେ ପରିସ୍ରା କରିବାକୁ ରାସ୍ତା ରେ ଅଟକି ଥିଲେ । ଉକ୍ତ ସମୟରେ ଏକ ଚାରିଚକିଆ ଗାଡି ବୀରମହାରାଜପୁର ରୁ ଅମରପାଲି ପଟକୁ ଯାଉଥିଲା । ମୃତ ଯୁବକ ରାସ୍ତା କଡରେ ଠିଆ ହୋଇଥିବା ବେଳେ ଗାଡି ଧକ୍କା ଦେଇ ଫେରାର ମାରିଥିଲା । ଧକ୍କା ଫଳରେ ଯୁବକ ଜଣକ ରାସ୍ତାରେ ଛିଟିକି ପଡିଥିଲେ । ଦୁର୍ଘଟଣା ଅପରାହ୍ନ ୧ଘଣ୍ଟା ସମୟରେ ହୋଇ ଥିବାରୁ ପ୍ରଚଣ୍ଡ ଖରା ଯୋଗୁଁ ଉକ୍ତ ରାସ୍ତା ଜନଶୁନ୍ୟ ଥିଲା। ଏହାର ସୁଯୋଗ ନେଇ ଦୁର୍ଘଟଣା ଘଟାଇଥିବା ଗାଡି ଫେରାର ମାରିଥିବା ବେଳେ କେହି ତାଙ୍କୁ ଉଦ୍ଧାର କରି ନ ଥିଲେ । କୌଣସି ସୁତ୍ରରୁ ଖବର ପାଇ ବୀରମହାରାଜପୁର ବ୍ଲକ ଉପାଧକ୍ଷ ନାରାୟଣ ଲୁହା ପ୍ରଥମେ ଅଗ୍ନିଶମ ବାହିନିଙ୍କୁ ସୁଚନା ଦେଇ ନିଜେ ବୀରମହାରାଜପୁର ରୁ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ପଡିଥିବା ଯୁବକଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡି ସାହାଯ୍ୟରେ ବୀରମହାରାଜପୁର ଡାକ୍ତରଖାନା କୁ ଆଣିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୀରମହାରାଜପୁର ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠେଇଛି। ଏନେଇ ବୀରମହାରାଜପୁର ଥାନାରେ କେସ ନଂ ୯୮/୨୩ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି। ମୃତ ଯୁବକ ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ଶିଶୁ ପୁତ୍ର ଥିବା ଜଣା ପଡିଛି। ମୃତ ଯୁବକ ଜଣକ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାର କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ ହେଉଛି।