Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସୁନାମାଲ ଓ କେନାଲ ପଡା ର ଜଳକଷ୍ଟ ଦୁର କଲେ ବ୍ଲକ ଉପାଧ୍ୟକ୍ଷ

କୋକସରା: ଖରା ର ପାରଦ ୪୧ ଡିଗ୍ରୀ କୁ ପାର କରିଥିବା ବେଳେ ଗ୍ରାମାଞ୍ଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା। କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ସୁନାମାଲ ଓ କେନାଲ ପଡା ର ଗ୍ରାମବାସୀ ମାନେ କିଛିଦିନ ତଳେ ପଡା ରେ ପାନୀୟ ଜଳ ର ଉତ୍କଟ ଅଭାବ ନେଇ କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କୁ ଅଭିଯୋଗ କରିଥିଲେ।ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ତତ୍ପରତା ଦେଖାଇ ଦୁଇ ପଡା ରେ ଗଭୀର ନଳକୂପ ଖନନ କରି ଦୁଇ ପଡା ର ଜଳକଷ୍ଟ ଦୁର କରିଛନ୍ତି।ଉପାଧ୍ୟକ୍ଷ ଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ପାନୀୟ ଜଳ ସୁବିଧା ମିଳିଥିବାରୁ ଦୁଇପଡା ର ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି।