Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଯୋଧ୍ୟାରେ ପ୍ରତିଷ୍ଠା ହେବ ଶ୍ରୀରାମ ମନ୍ଦିର; ପୂଜା ପାଇଁ ମୋଦୀଙ୍କୁ ପଠାଗଲା ନିମନ୍ତ୍ରଣ

ଅଯୋଧ୍ୟା: ୨୨ ଜାନୁଆରୀ ୨୦୨୪ ରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର। ଶ୍ରୀରାମଙ୍କ ପୂଜା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପଠାଯାଇଛି। ତେବେ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାମ ମନ୍ଦିର ଟ୍ରଷ୍ଟ ପଠାଇଥିବା ନିମନ୍ତ୍ରଣ ବିଷୟରେ ସୂଚନା ସେୟାର କରାଯାଇଥିଲା। ଜାନୁଆରୀ ୨୨ ରେ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ। ଯେଉଁଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି।

ଏହି ଦିନକୁ କୋଟି କୋଟି ଭକ୍ତଙ୍କ ଅପେକ୍ଷା କରିରହିଛନ୍ତି। ଏହି ସମୟରେ ଦେଶର ସବୁ ମନ୍ଦିରଗୁଡିକ ସଜାଯିବ। ଦେଶର ବିଭିନ୍ନ ସ୍ଥାନରୁ ରାମଙ୍କ ଭକ୍ତମାନେ ଏହି କାର୍ଯ୍ୟକ୍ରମ ଦେଖିପାରିବେ। ତେଣୁ ଏହି ଭବ୍ୟ ଦୃଶ୍ୟକୁ ସାରା ଦେଶରେ ଦେଖାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏଥି ସହିତ, ଭିଡ଼ ପରିଚାଳନାକୁ ନେଇ ମଧ୍ୟ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହେଉଛି।

ବର୍ତ୍ତମାନ ରାମ ମନ୍ଦିରର ଶ୍ରୀରାମଙ୍କ ଗର୍ଭଗୃହର ଉପର ଭାଗରେ ନିର୍ମାଣ କାର୍ଯ୍ୟ ଚାଲିଛି। କୁହାଯାଉଛି ଯେ ଅକ୍ଟୋବର ୨୦୨୩ ସୁଦ୍ଧା ରାମ ମନ୍ଦିରର ପ୍ରଥମ ମହଲା ପ୍ରସ୍ତୁତ ହୋଇଯିବ ଏବଂ ଜାନୁୟାରୀ ୨୨ ଜାନୁଆରୀକୁ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୃର୍ତ୍ତି ସ୍ଥାପନ ହେବ। ଏହି କାର୍ଯ୍ୟକ୍ରମ ପ୍ରାୟ ସାତ ଦିନ ପର୍ଯ୍ୟନ୍ତ ଚାଲିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ