ଯାଜପୁର: ଯାଜପୁର ଜ଼ିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆମ୍ବୁଲାନ୍ସ କର୍ମଚାରୀଙ୍କ ନିଯୁକ୍ତି ନିୟମିତ କରିବା, ବାର୍ଷିକ ଦରମା ବୃଦ୍ଧି କରିବା, ଆମ୍ବୁଲାନ୍ସ କର୍ମଚାରୀ ରହୁଥିବା ସ୍ଥାନରେ ରହିବା ଓ ଶୌଚାଳୟର ବ୍ୟବସ୍ତା କରିବା, ଦୁର୍ଘଟଣାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମୃତ୍ୟୁ ହେଲେ ଅନୁକମ୍ପା ଓ ଅକ୍ରମଣ୍ୟ ରାଶି ପ୍ରଦାନ କରିବା ଆଦି ଦାବି ନେଇ ପ୍ରଦୀପ କୁମାର ଦାସଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଯାଜପୁର ଜ଼ିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି ।