Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଞ୍ଜିଗଡ଼ରୋଡ଼-ଜୁନାଗଡ଼ ରେଳପଥ ଗୋହିରାପଦର ନିକଟରେ ରେଳ ଧାରଣା କଡ଼ରୁ ଅଟୋ ଚାଳକଙ୍କ ଶବ ଉଦ୍ଧାର

କଳାହାଣ୍ଡି,୧୪/୦୬-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୋଡ଼ରୁ ଜୁନାଗଡ଼କୁ ସଂଯୋଗ କରୁଥିବା ରେଳପଥର ଗୋହିରାପଦର-ଟେକରତୋଳା ମଝିରେ ରେଳ ଧାରଣା କଡରେ ଜଣେ ଅଟୋ ରିକ୍ସା ଡ୍ରାଇଭରଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରିଛି ପୁଲିସ ! ଏହାପରେ ରେଳବାଇ ପୁଲିସକୁ ମାମଲା ହସ୍ତାନ୍ତର କରାଯିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି ! ମ୍ରୁତ ଅଟୋ ଡ୍ରାଇଭର ଜଣକ ଲାଞ୍ଜିଗଡ଼ ବ୍ଲକ ଶେଷ ସୀମାନ୍ତ ନର୍ଲା ବ୍ଲକ ଖାଇଙ୍ଗ ଗାଁର ଅର୍ଜୁନ ସା ବୋଲି ଜଣାପଡ଼ିଛି ! ସେ ଅଟୋ ଚଳାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ । ତେବେ ତାଙ୍କ ଶବ ପଡ଼ିଥିବା ଜାଗାରୁ କିଛି ଦୂରରେ ରକ୍ତଛିଟା ଲାଗିଥିବାବେଳେ ତାଙ୍କ ଶବକୁ ଘୋଷରା ଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରୁଛି ! ଅର୍ଜୁନଙ୍କ ମ୍ରୁତ୍ୟୁ ସନ୍ଦେହ ଘେରରେ ରହିଥିବାବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି !