Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଦୁର୍ଘଟଣା ; ଚିକିସ୍ୟାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ

ଜମନକିରା : ଜମନକିରା ଥାନା ଅନ୍ତର୍ଗତ ରାଜରାସ୍ତା ୫୩ ପିଠାମାରେନ ପୋଲ ନିକଟରେ ମଙ୍ଗଳବାର ଅପରାହ୍ନ ୨ଘଣ୍ଟାରେ ହୋଇଥିବା ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର ଙ୍କ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଅପରାହ୍ନ ୨ଟା ସମୟରେ ଜମନକିରା ବ୍ଲକ ମୂଢେନପାଲି ପଞ୍ଚାୟତ ଗୋପିକଟାର ପ୍ରସନ୍ନ ମିର୍ଦ୍ଧା (୨୩) ଏବଂ ବଡରମା ପଞ୍ଚାୟତ ଉଡ଼ିଶୁଙ୍ଗ ଗାଁର ଯୁଗଳ ପ୍ରଧାନ(୪୮) ଦୁଇଜଣ ମିଶି ଜମନକିରା କୁ ନିଜ ବାଇକ( ଓଡ଼ି ୧୫ ୬୬୬୩)ରେ କୌଣସି କାମରେ ଆସି ଫେରୁଥିଲେ। ତେବେ ଫେରିବା ବେଳେ ନିୟନ୍ତ୍ରଣ ହରାଇ ପିଠାମାରେନ ପୋଲ ନିକଟରେ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପ୍ରଥମେ ଜମନକିରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରେଇଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ ବୁର୍ଲା ବଡ଼ ଡ଼ାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତ୍ରିରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁଗଳ ସେଦିନ ନିଜ ବିବାହିତ ଝିଅଙ୍କ ଘର ଗୋପିକଟା କୁ ବୁଲିବାକୁ ଯାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ