Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରଗଛ ରେ ନିଆଁ ଲାଗି ଘର ଉପରେ ପଡି ଘର ଭାଙ୍ଗିଲା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବମରାଜ ଗ୍ରାମରେ ଏକ ବିରାଟକାୟ ବରଗଛରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇ ଥିବା ବେଳେ ପବନ ହେବାରୁ ତୀବ୍ର ବେଗରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା l ବୀରମହାରାଜପୁର ଦମକଳ ବାହିନୀ ଖବରପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ସୋମବାର ମଙ୍ଗଳବାର ଦୁଇ ଦିନ ଧରି ଉକ୍ତ ନିଆଁ କୁ ଲିଭେଇ ଥିଲା l ହେଲେ ଗ୍ରାମର ଗରୀବ ଦୀନ ମଜୁରିଆ ଅଶୋକ ବାରିକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଉପରେ ପଡି କାନ୍ଥ ଛାତ ସବୁ ଫାଟି ଆଁ କରିଛି l ଫଳରେ ଅଶୋକ ର ପରିବାର ଉକ୍ତ ଘରେ ରହିବାକୁ ଭୟ କରୁଛନ୍ତି l ଏ ସମ୍ପର୍କରେ ଅଶୋକ ଉଲୁଣ୍ଡା ତହସିଲଦାର ଙ୍କୁ କ୍ଷତି ପୂରଣ ପାଇଁ ଦାବୀ କରିଛନ୍ତି l