Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶମୂଳ ମହୌଷଧି ଅର୍ପଣ ପରେ ସୁସ୍ଥ ହେଲେ ଶ୍ରୀଜିଉ 

ପୁରୀ: ସ୍ନାନ ଯାତ୍ରାରେ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ ତିନିଠାକୁର। ମହାପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ତାଙ୍କ ସେବାରେ ଲାଗିପଡ଼ିଥିଲେ ଦଇତାପତି ସେବାୟତ। ଏବେ ସୁସ୍ଥ ହୋଇଯାଇଛନ୍ତି ମହାପ୍ରଭୁ। ଦଶମୂଳ ମହୌଷଧି ଅର୍ପଣ ପରେ ସୁସ୍ଥ ହେଲେ ତିନିଠାକୁର ।

ଆଜି ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ରାଜପ୍ରାସାଦ ବିଜେ କରାଯିବ । ମହାବାହୁ ଆରୋଗ୍ୟଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜଙ୍କୁ ସୂଚିତ କରାଯିବ । ଦଇତାପତି ଓ ବିଦ୍ୟାପତି ଚନ୍ଦନ ଓ ପାଟବସ୍ତ୍ର ନେଇ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ବିଜେ କରିବେ ।