Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ପୁଣି ସମୁଦ୍ରରୁ ମାଛ ଧରିପାରିବେ ମତ୍ସ୍ୟଜୀବୀ; ମିଳିଲା ଅନୁମତି 

ଭୁବନେଶ୍ବର: ଆଜିଠୁ ସମୁଦ୍ର ଓ ନଦୀ ମୁହାଣରେ ମାଛ ଧରାକୁ ମିଳିଲା ଅନୁମତି। ଏପ୍ରିଲ ୧୫ ତାରିଖରୁ ଜୁନ୍‌ ୧୪ ଯାଏଁ ସମୁଦ୍ରରେ ମାଛ ଧରା ଉପରେ ଲାଗିଥିଲା କଟକଣା। ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହେଉଥିବାରୁ ମାଛ ଧରିବା ଉପରେ କଟକଣା ଲାଗିଥିଲା। ପ୍ରତି ବର୍ଷ ମୌସୁମି ଆସିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ କରାଯାଏ।

ଚଳିତ ବର୍ଷ ଦୁଇମାସ ଧରି ମାଛଧରା ଉପରେ କଟକଣା ଲାଗୁ ହୋଇଥିଲା। ତେବେ ଏନେଇ ଭୁବନେଶ୍ୱର‌ଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରତିବାଦ କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଠାରେ ମତ୍ସ୍ୟଜୀବୀମାନେ ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରିଥିଲେ। ସେମାନଙ୍କ କହିବା କଥା ଯେଉଁ ଦୁଇମାସ କଟକଣା ଲାଗୁ ହୁଏ ସେହି ମାସରେ ମତ୍ସଜୀବୀଙ୍କ ରୋଜଗାର ବନ୍ଦ ଥାଏ।