Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଘୋଷିତ ବିଦ୍ୟୁତ କାଟ୍ କୁ ପ୍ରତିବାଦ କରି ବିଦ୍ୟୁତ ସବଡିଭିଜନ କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ଧାରଣା

ବୀରମହାରାଜପୁର : ଅଘୋଷିତ ବିଦ୍ୟୁତ କାଟ ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଙ୍ଘ କାର୍ଯ୍ୟଳୟ ସମ୍ମୁଖରୁ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ବିଦ୍ୟୁତ ସବଡ଼ିଭିଜନ କାର୍ଯ୍ୟାଳୟ ଠାରେ ପହଁଚି ଧାରଣାରେ ବସିଥିଲେ l ରାଜ୍ୟ ସରକାର ଓ ଟାଟା ପାୱାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଆନ୍ଦୋଳନ କାରୀମାନେ ପ୍ରକାଶ କରିଥିଲେ l ଉକ୍ତ ଆନ୍ଦୋଳନ ରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ରଘୁନାଥ ଜଗଦଲା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ବେଣୁଧର ଦାଶ, ବଲାଙ୍ଗୀର ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ଆଶ୍ରୟ ମହାନନ୍ଦ, ସୁମନ୍ତ ଜଗଦଲା, ମଣ୍ଡଳ ସଭାପତି ହରିହର ପାତ୍ର, ଦିଲ୍ଲୀପ ପଧାନ, ଏକଲବ୍ୟ ବେହେରା, ଭୁଲା ଶଙ୍କର ବାଘ, ରଶ୍ମିତା ଷଡ଼ଙ୍ଗୀ, ସତ୍ୟ ମୋହନ ବେଦପାଣି, ଶିବ ନାରାୟଣ ପଣ୍ଡା, ଗୌର ଜଗଦଲା, ଅଶୋକ କୁମାର ସାହୁ, ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ l