Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ର ମେଧାବି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସଵ।

କୋକସରା:୧୭/୦୬ ଚଳିତ ମାଟ୍ରିକ, ଉଚ୍ଚ ମାଧ୍ୟମିକ, ୟୁପିଏସସି ଓ ନିଟ ପରୀକ୍ଷା ରେ କୋକସରା ବ୍ଲକ ପାଇଁ ଗୌରବ ଆଣିଥିବା ମେଧାବି ଛାତ୍ରଛାତ୍ରୀ ଙ୍କୁ ଶନିବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ମାନପତ୍ର ସହ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି। ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ର ସଭାପତିତ୍ୱ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଆଲୁମିନା କ୍ରୀଷ୍ଣା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୟଲନ କରିବା ପରେ ବ୍ଲକ ର ମାଟ୍ରିକ, ଯୁକ୍ତ ଦୁଇ, ୟୁପିଏସସି, ନିଟ ପରିକ୍ଷ୍ୟାର୍ଥୀ ଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣେଇବା ସହ ଆଗକୁ ମଧ୍ୟ ଭଲ ପାଠ ପଢି ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ବ୍ଲକ ର ନାମ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସର ରେ କୋକସରା ବ୍ଲକ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ୨୨ ଜଣ ଛାତ୍ରଛାତ୍ରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ୨ ଜଣ ସର୍ବୋଚ୍ଚ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ। ଏହା ବ୍ୟତୀତ ବ୍ଲକ ର କାଉଡୋଳା ଗ୍ରାମର ସିଦ୍ଧାନ୍ତ ବେଶ୍ରା ସର୍ଵ ଭାରତୀୟ ପ୍ରଶାସନିକ ସେବା ୟୁପିଏସସି ରେ ୮୯୯ ରେଙ୍କ ଓ ନିଟ ପରୀକ୍ଷା ରେ ସର୍ଵ ଭାରତୀୟ ରେଙ୍କ ୧୫୫୭୦ ରେ ସଫଳତା ପାଇଥିବା ମୋଟେର ଗ୍ରାମର ସୁଶାନ୍ତ କୁମାର ନାଏକ ଛାତ୍ର ଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଛାତ୍ରଛାତ୍ରୀ ମାନେ ସମ୍ବର୍ଦ୍ଧିତ ହେବାପରେ ଏହିଭଳି ସମ୍ବର୍ଦ୍ଧନା ଉତ୍ସଵ ଆମକୁ ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ ବୋଳି କହିଛନ୍ତି।ଏହା ବ୍ୟତୀତ ମୋ ସ୍କୁଲ ଅଭିଯାନ ରେ ମହତ ଅବଦାନ ପାଇଁ ଲଡୁଗାଁ ଉଚ୍ଚ ବିଦ୍ୟାଳୟ ର ପୁର୍ବତନ ଛାତ୍ରୀ କ୍ରୀଷ୍ଣା ଅଗ୍ରୱାଲ ଙ୍କୁ ବେଷ୍ଟ ଆଲୁମିନା ଭାବେ ଟ୍ରଫି ଦେଇ ସମ୍ବର୍ଦ୍ଧନା କରାଯାଇଛି। ଏହି ଅବସର ରେ କ୍ରୀଷ୍ଣା ଛାତ୍ରଛାତ୍ରୀ ଙ୍କୁ ଜିବନ ରେ ସଫଳ ମଣିଷ ହେବାକୁ ଶିକ୍ଷା, ବାପା ମା ଙ୍କ ସଂସ୍କାର,ଗୁରୁ ଙ୍କ ଆଶ୍ରିବାଦ ହିଁ ପ୍ରେରଣା ଦେଇଥାଏ ବୋଳି ପରାମର୍ଶ ଦେଇଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ନୋଡାଲ ସିଆରସି ବୈକୁଣ୍ଠ ଜାଲ,ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ପ୍ରମୁଖ ସହଯୋଗ କରିଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସଵ ରେ ଛାତ୍ରଛାତ୍ରୀ ଙ୍କ ସହ ଅଭିଭାବକ ଓ ସମସ୍ତ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ