ଲକ୍ଷ୍ମୀପୁର ଠାରେ ବିଜେପି ସଂଯୁକ୍ତ ମୋର୍ଚା ର କର୍ମୀ ସମ୍ମିଳନି …ଘେରିଲେ ବିଦ୍ୟୁତ୍ କାର୍ଯ୍ୟାଳୟ….


ଲକ୍ଷ୍ମୀପୁର ୧୭.୦୬ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମିନିଷ୍ଟାଡିୟମରେ ଆଜି ବିଜେପି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଂଯୁକ୍ତ ମୋର୍ଚା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀରେ କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ମୂଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମୋର୍ଚା ର ସାଧାରଣ ସମ୍ପାଦକ କାଳିରାମ ମାଝି , ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୌତମ ସାମନ୍ତରାୟ,ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର ମହାନ୍ତି, ଚନ୍ଦ୍ରଶେଖର ରଥ,ବୈଦ୍ୟ ମିଶ୍ର,ଉପସଭାପତି ନକୁଳ ବିଶୋଇ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟ କ୍ରମରେ ଜିଲ୍ଲା ର ଅନୁସୂଚୀତ ଜନଜାତି ମୋର୍ଚା,ଅନୁସୂଚୀତ ଜାତି ମୋର୍ଚା, ପଛୁଆ ବର୍ଗ ମୋର୍ଚ୍ଚା, କୃଷକ ମୋର୍ଚା,ମହିଳା ମୋର୍ଚା,ଯୁବ ମୋର୍ଚା,ସଂଖ୍ୟାଲଘୁ ସମ୍ପ୍ରଦାୟର ଜିଲ୍ଲା ସଭାପତି ଗଣ, ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳର ମୋର୍ଚା ସଭାପତି ଉପସ୍ତିତ ରହି କାର୍ଯ୍ୟକ୍ରମ ଆୟୋଜନ ସହ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପ୍ରତ୍ୟେକ ମୋର୍ଚାର ସଭାପତି ମାନେ ବିଭିନ୍ନ ବର୍ଗ ର ଜନ ସାଧାରଣ ଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ପ୍ରକାରର ସୁବିଧା ସୁଯୋଗ କରାଯାଇଛି ସେହି ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ସାତ ଟି ମଣ୍ଡଳର ଶତାଧିକ କର୍ମ କର୍ତ୍ତା ମାନେ ଯୋଗଦେଇଥିଲେ ଏବଂ ବିଜେପି ଦଳ ର ଉପଲବ୍ଧି ଏବଂ କେନ୍ଦ୍ର ସରକାରଙ୍କ ଜନ ହିତାଧିକାରୀ ଯୋଜନା ଗୁଡିକୁ ନିଜ ନିଜ ବର୍ଗ ର ଜନସାଧାରଣ ଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରିବାବୁ ଦୃଢକ୍ତି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ,ନୀଳକଣ୍ଠ ହଲବା,ମନୋଜ ସାହୁ, ଅଗସ୍ତି ହଲବା, ଉଦୟ ହିକକା, ଅନନ୍ତ ହୁଇକା,ସିତାରାମ କେଣ୍ଡରୁକା,ଭୁବନ ଜାନି,କାଶୀନାଥ ହିକକା, ଶିବ ମୁଦୁଲି,ଅଜୟ ଖୋରା,ବାମଦେବ ତୁରୁକଙ୍କ ସହିତ ସମସ୍ତ କାର୍ଯ୍ୟକର୍ତା ମାନେ ସହଯୋଗ କରିଥିବା ବେଳେ ଜିଲ୍ଲା ସମ୍ପାଦକ ରବିଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ,ସଭା ସମାପ୍ତ ହେବା ପରେ ଶତାଧିକ କର୍ମୀ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ବିଦ୍ୟୁତ୍ କାର୍ଯ୍ୟାଳୟ ରେ ପହଞ୍ଚି କାର୍ଯ୍ୟାଳୟ କୁ ଘେରାଉ କରିଥିଲେ।ଟାଟା କମ୍ପାନିକୁ ରାଜ୍ୟ ସରକାର ବିଜୁଳି ବିଭାଗକୁ ହସ୍ତାନ୍ତର କରିଦେବା ପରଠୁ ଅଧିକ ବିଦ୍ୟୁତ୍ ସମସ୍ୟା ଦେଖା ଦେଉଛି। ଟାଟା କମ୍ପାନି ତରଫରୁ ନାହିଁ ନଥିବା ନିୟମ କାନୁନ୍ ଲାଗୁ କରାଜିବା ସହ ଦୈନିକ ବିଜୁଳି ଫେଲ୍ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି।ଲକ୍ଷ୍ମୀପୁର ବ୍ଲକ ବିଜୁଳି ବିଭାଗ କାର୍ଯ୍ୟାଳୟରେ କିଛି ସ୍ଥାନିୟ ଲୋକେ କାର୍ଯ୍ୟ କରୁଥିବା ବେଳେ ମନମୁଖୋ କାର୍ଯ୍ୟ ଚଳାଇଛନ୍ତି।ଜାହାକୁ ନେଇ ସ୍ଥାନିୟ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମୁଖିନ ହେଉଛନ୍ତି।ଅଭିଯୋଗ କରୁଥିବା ଲୋକଙ୍କ ଘରେ ଜାଣି ସୁଣି ଏଠାକାର କିଛି କର୍ମଚାରି ଭିଜାଲାନ୍ସଙ୍କୁ ଚଢାଉ କରୁଥିବା ଅଭିଯୋଗ ହୋଇଛି।ତେଣୁ ଏଠାକାର ସ୍ଥାନିୟ କର୍ମଚାରିଙ୍କୁ ଅନ୍ୟତ୍ର ବଦଳି କରିବାକୁ ମଧ୍ୟ ଦାବି କରାଯାଇଛି।ବର୍ତମାନ ଲକ୍ଷ୍ମୀପୁର ବ୍ଲକରେ ୩୪ ରୁ ୩୮ ଡିଗିରି ଦିନର ତାପ ମାତ୍ରା ରହୁ ଥିବା ବେଳେ ରାତିରେ ୩୨ରୁ ୩୫ ଡିଗିରି ରହୁଚି।ଫଳରେ ଏବେ ବିଜୁଳି ଫେଲ୍ ପାଇଁ ଲୋକେ ଘରେ ରହି ପାରୁଛନ୍ତି ନା ବାହାରକୁ ବାହାରି ପାରୁଛନ୍ତି।ବିନା ବର୍ଷା ପବନରେ ଘଣ୍ଟା ଘଣ୍ଟା ଧରି ବିଜୁଳି ଫେଲ୍ ରହୁଚି।କୌଣସି କାରଣ ନଥାଇ ବାର ବାର୍ ବିଜୁଳି ଫେଲ୍ କଣ ପାଇଁ ହେଉଚି ତାହା କେହିବି ଜାଣିପାରୁ ନାହାନ୍ତି।ବିଭାଗ ତରଫରୁ ଜାରି କରା ଜାଇ ଥିବା ଟୋଲଫ୍ରି ନମ୍ବରରେ ଫୋନ କଲେବି ସମସ୍ୟା ଦୁର ହେଉନି।ଥରେ ବିଜୁଳି ଫେଲ ହେଲେ କେତେ ବେଳେ ଆସିବ ତାହା ଜଣା ପଡୁନି।ମନ ଇଛା ବିଜୁଳି ଭିଭାଗ ନିଜର କାର୍ଯ୍ୟ ଚଲାଇଛି।ତେଣୁ ଏଠାକାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ସହ ନୂତନ କର୍ମଚାରିଙ୍କୁ ନିୟୋଜିତ କରାଜାଉ ବୋଲି ବିଜେପି ତରଫରୁ ଦାବି ହୋଇଛି।କୋରାପୁଟ ଜିଲ୍ଲା ଯୁବ ସଭାପତି ମନୋଜ ସାହୁଙ୍କ ଦ୍ଵାରା ଆୟୋଜିତ ଶୋଭା ଯାତ୍ରାରେ ବିଜେପି କର୍ମୀ ମାନେ ସ୍ଥାନିୟ ପରବ ପଡିଆରୁ ବାହାରି ରାଜ୍ୟ ସରକାର ଓ ଟାଟା କମ୍ପାନି ବିରୋଧରେ ବିସୋଦଗାର କରିବା ସହ ସମସ୍ୟା ସମାଧାନ ନହେଲେ ନିଆଁ ଜଳିବ ବୋଲି ସ୍ଲୋଗାନ ଦେଇ ସ୍ଥାନିୟ ବିଜୁଳି ବିଭାଗ କାର୍ଯ୍ୟାଳୟ ଘେରାଉ କରି ଥିଲେ।ଏଥି ସହ ତୁରନ୍ତ ଟାଟା କମ୍ପାନିକୁ ଫେରା ଜାଉ ନଚେତ ପ୍ରତ୍ୟେକ ବିଜୁଳି କାର୍ଯ୍ୟାଳୟରେ ପସି ତାଲା ପକାଇବାକୁ ବାଧ୍ୟ ହେବୁ ବୋଲି ଦଳର ବରିଷ୍ଠ ନେତା ମାନେ କହିଥିଲେ।ଏଥିସହ କନିଷ୍ଠ ଯନ୍ତ୍ରୀଙ୍କୁ ୧୫ ମିନିଟ୍ ଧରି ତାଲା ପକାଇ ଗରମର ଅନୁଭୁତି କରାଇଥିଲେ।ଏନେଇ ବିଜୁଳି ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଆମ ହାତରେ କିଛି ନାହିଁ,ଆମେ ଜାଣି ସୁଣି ବିଜୁଳି କାଟୁ ନାହୁଁ,କୌଣସି ଅସୁବିଧାରେ ପଡି ଆପେ ଆପେ ବିଜୁଳି ଫେଲ ହେଉଥିଲେ ମଧ୍ୟ ଆମେ ତୁରନ୍ତ ସମାଧାନ କରିବାକୁ ଚେଷ୍ଟା କରୁଛୁ ବୋଲି କହିଥିଲେ।